Odisha News

ଦୀଘା ବିବାକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରେସ୍‌ମିଟ୍ : ବଳକା ଦାରୁରେ ନିର୍ମାଣ ହୋଇନି ମୂର୍ତ୍ତି, ଖୁବଶୀଘ୍ର ଆସିବ ମାର୍ଗଦର୍ଶିକା

ଭୁବନେଶ୍ୱର, ୫/୫ : ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ହୋଇଥିବା ଦ୍ୱନ୍ଦ୍ୱ ଶେଷରେ ଦୂର କରିଛନ୍ତି ଆଇନ ମନ୍ତ୍ରୀ । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ମହାରଣା ସେବକଙ୍କ ସହ ଆଲୋଚନା ପରେ କଥାର ସତ୍ୟାସତ୍ୟ ଜଣାପଡିଛି ।
ମାତ୍ର ଅଢେଇ ଫୁଟ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ ଅଟେ । ସେବାୟତ ରାମକୃଷ୍ଣ ଦାସମହାପାତ୍ର ଏହା କହୁକହୁ କହି ଦେଇଥିବା ଜଣାଇଛନ୍ତି । ଦୀଘା ମନ୍ଦିରରେ ନିର୍ମାଣ ହୋଇଥିବା ମୂର୍ତ୍ତି ଭୁବନେଶ୍ୱରର ସୁଦର୍ଶନ ମହାରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି ।
ସୂଚନାଯୋଗ୍ୟ ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଟରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଚାଲିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

Related Posts