Odisha News

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି : ମୁଖ୍ୟଅଭିଯୁକ୍ତ ସିସୋଦିଆ, ଏଫଆଇଆରରେ ଅଛି୧୫ ଜଣଙ୍କ ନାମ

ନୂଆଦିଲ୍ଲୀ,୧୯/୮ : ଦିଲ୍ଲୀରେ ହୋଇଥିବା ଲିକର ପଲିସୀ (ଅବକାରୀ ନୀତି) ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ରୁଜ୍ଜୁ ହୋଇଥିବା ଏଫଆଇଆରରେ ୧୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଏହି ୧୫ ଜଣଙ୍କ ତାଲିକାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପ୍ରଥମ ଅଭିଯୁକ୍ତଭାବେ ଦର୍ଶାଯାଇଛି ।
ଏହି ଏଫଆଇଆରରେ ୩ ଜଣ ଅଧିକାରୀଙ୍କ ନାମ ରହିଛି । ସେମାନେ ହେଉଛନ୍ତି ପୂର୍ବତନ ଅବକାରୀ କମିସନର ଏ. ଗୋପୀକୃଷ୍ଣ, ଡେପୁଟି କମିସନର ଆନନ୍ଦ ତିଓ୍ବାରୀ ଓ ସହକାରୀ କମିସନର ପଙ୍କଜ ଭଟ୍ଟନାଗର । ସିବିଆଇ ପକ୍ଷରୁ ଦର୍ଶାଯାଇଛି ଯେ ଦିଲ୍ଲୀର ଅବକାରୀ ନୀତି ପ୍ରସ୍ତୁତି କ୍ଷେତ୍ରରେ ମଦ କମ୍ପାନି ଓ ମଧ୍ୟସ୍ଥିମାନଙ୍କର ସକ୍ରିୟ ଭୂମିକା ରହିଥିଲା । ସିବିଆଇ ପକ୍ଷରୁ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ, ମନୀଷଙ୍କ ନିକଟତମ ଭାବେ ଜଣାଶୁଣା ଅମିତ ଆରୋରା, ଦିନେଶ ଆରୋରା ଓ ଅର୍ଜୁନ ପାଣ୍ଡେ ମଦ ଲାଇସେନ୍ସରୁ କମିସନ ସଂଗ୍ରହ କରି ଅଭିଯୁକ୍ତମାନଙ୍କୁ ପ୍ରଦାନ କରୁଥିଲେ ।

Related Posts

Seo wordpress plugin by www.seowizard.org.