ଦିବ୍ୟ ଜୀବନ ସଂଘ ସମ୍ମିଳନୀ ଗୃହରେ ଭାଗବତ ସପ୍ତାହ
ବରଦା ଦାସଙ୍କ ରିପୋର୍ଟ
ଚୌଦ୍ଵାର,୨୬/୨ : ଚୌଦ୍ୱାର କପାଳେଶ୍ୱର ସ୍ଥିତ ଦିବ୍ୟ ଜୀବନ ସଙ୍ଘ, ଶିବାନନ୍ଦ ଆତ୍ମଜ୍ଞାନ ଆଶ୍ରମରେ ବାର୍ଷିକ ଭାଗବତ ସପ୍ତାହ ଗତ ତା୨୦ରିଖରୁ ଶୁଭାରମ୍ଭ ହୋଇଛି।
ଆଜି ଷଷ୍ଠ ଦିବସରେ ଦିଗଦର୍ଶକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ସଫଳତାର ସହ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଥିଲା।
ବକ୍ତା ଭାବେ ସ୍ବାମୀ ଭାଗବତପ୍ରକାଶ ନନ୍ଦ ସରସ୍ୱତୀ ଏବଂ ଶ୍ରୀ ସିଦ୍ଧେଶ୍ୱର ନାୟକ ଭାଗବତରେ ଆତ୍ମତତ୍ତ୍ୱ, ନାମ ମାହାତ୍ମ୍ୟ ଓ ଯୁଗ ପରିବର୍ତ୍ତନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ଓ ଶ୍ରୀ ପ୍ରକାଶ ବଡ଼ଜେନା ଆଦି ଯୋଗଦାନ କରିଥିଲେ। ବକ୍ତା ଓ
ଅତିଥି ମାନଙ୍କୁ ଅନୁଷ୍ଠାନର ସଭାପତି ଶ୍ରୀ ଅଦ୍ୱୈତ କୁମାର ବଳ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ସଙ୍ଘର ବରିଷ୍ଠ ସଦସ୍ୟ ଶ୍ରୀ ଅଚ୍ୟୁତାନନ୍ଦ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।




