Odisha News

ଦିପ୍ତୀପ୍ରଭା ହେଲେ ବୌଦ୍ଧ ବିଜୁ ମହିଳା ଜନତାଦଳର ଜିଲ୍ଲା ସଭାନେତ୍ରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୨ : ଆଜି ବିଜୁ ମହିଳା ଜନତାଦଳ ର କାର୍ଯ୍ୟକର୍ତ୍ତା ଦଳର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ବିଜୁ ମହିଳା ଜନତାଦଳର ବିଭିନ୍ନ ଜିଲ୍ଲାର ସଭାନେତ୍ରୀ ଓ କର୍ମକର୍ତ୍ତା ଘୋଷଣା କରିଛନ୍ତି ।
ଏହି କ୍ରମରେ ବୌଦ୍ଧ ଜିଲ୍ଲାର ସଭାନେତ୍ରୀ ଭାବେ ପୂର୍ବତନ ବୌଦ୍ଧ ନଗରପାଳ ଦକ୍ଷ ସଙ୍ଗଠିକା ଦିପ୍ତୀପ୍ରଭା ସ୍ୱାଇଁଙ୍କୁ ମନୋନୀତ କରିଥିବାବେଳେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ଜସ୍ମିନୀ ପ୍ରଧାନଙ୍କୁ ରାଜ୍ୟ ଉପସଭାପତି ଭାବେ ମନୋନୀତ କରିଛନ୍ତି ।
ଉଭୟ ଦିପ୍ତୀପ୍ରଭା ସ୍ୱାଇଁ ଓ ଜସ୍ମିନୀ ପ୍ରଧାନ ଏଥି ନିମିତ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ ଏବଂ ଜିଲ୍ଲାସଭାପତି ପ୍ରଦୀପ କୁମାର ଅମାତ ପୂର୍ବତନ ବିଧାୟକ ମହୀଧର ରଣାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

Related Posts