Odisha News

ଦିନ ସାରା ସିଝିବା ପରେ ଅପରାହ୍ନରେ ଭିଜିଲା କଟକ ଓ ଭୁବନେଶ୍ୱର!

ଭୁବନେଶ୍ବର,୧/୫: ପାଣିପାଗରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ବର, କଟକ ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି।
ଗତକାଲିର ତୁଳନାରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ବରରେ ପୂର୍ବାହ୍ଣ ସମୟରେ ଯଦିଓ ଖରା ହୋଇଛି, ଅପରାହ୍ଣ ପର ଠାରୁ ଲୋକଙ୍କୁ ପ୍ରବଳ ଖରାରୁ ଆଶ୍ବସ୍ତି ମିଳିଛି।
ଆସନ୍ତାକାଲି ଠାରୁ କିଛି ଦିନ ପାଇଁ ତାପମାତ୍ରା ହ୍ରାସ ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏଭଳି ପୂର୍ବାନୁମାନ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆଉ ମାତ୍ର ୪୮ ଘଣ୍ଟା ପରେ ତାତିରୁ ସାମାନ୍ୟ ଅଶ୍ବସ୍ତି ମିଳିବ। କିନ୍ତୁ ଏହି ଆଶ୍ବସ୍ତି ଉପକୂଳବର୍ତ୍ତି ଅଞ୍ଚଳ ଓ ଦକ୍ଷିଣ ଓଡ଼ିଶା ପାଇଁ ରହିଛି।
ସମଗ୍ର ଓଡ଼ିଶା ପାଇଁ ଆସନ୍ତା ୬ରୁ ନିସ୍ତାର ମିଳିବ। ରାଜ୍ୟରେ କାଳବୈଶାଖୀ ପ୍ରଭାବ ବୃଦ୍ଧି ପାଇବ। ପାଗରେ ବିଶେଷ କରି ପବନରେ ପରିବର୍ତନ ହେବାରୁ ଏହି ସ୍ଥିତି ହେବାକୁ ଯାଉଛି।

Related Posts

Seo wordpress plugin by www.seowizard.org.