Odisha News

ଦାରୁଠେଙ୍ଗ ଅଳିଆ ବିବାଦର ଖୁବଶୀଘ୍ର ହେବ ସମାଧାନ

ଭୁବନେଶ୍ୱର,୩୦/୮: ଭୁବନେଶ୍ୱର ଭୁଆସୁଣୀ ଡମ୍ପିଂୟାର୍ଡ ବିବାଦ ପ୍ରସଙ୍ଗ ଲୋକସେବା ଭବନରେ ଚାଲିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଗ୍ରାମବାସୀଙ୍କ ପ୍ରସ୍ତାବ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଆଲୋଚନା ପ୍ରାୟତଃ ସଫଳ ହୋଇଛି । ୯ ମାସ ସମୟ ମାଗିଛନ୍ତି ଗ୍ରାମବାସୀ । ତା ପୂର୍ବରୁ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିବୁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।
ଏଥିରେ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଚିବଙ୍କ ସହ ବିଏମସି ମେୟର ଓ କମିଶନର ଯୋଗ ଦେଇଥିଲେ । ଏହାସହ ଦାରୁଠେଙ୍ଗ ପଞ୍ଚାୟତର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।
ଆଲୋଚନାରେ ଜଟଣୀ ବିଧାୟକ ସୁର ରାଉତରାୟ ଓ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ ମଧ୍ୟ ଯୋଗ ଦେଇଥିଲେ । ବୈଠକ ପରେ ସମସ୍ୟାର ସମାଧାନ ନେଇ ଉଭୟ ପକ୍ଷ ଆଶାବାଦୀ ଅଛନ୍ତି । ବୈଠକ ପ୍ରାୟତ ସଫଳ ହୋଇଥିବା ନଗକ ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଗତ ୩ ସପ୍ତାହରୁ ଅଧିକ ଦିନ ଧରି ଏହି ବିବାଦ ଲାଗି ରହିଛି । ଭୁବନଶ୍ୱରରୁ ଦାରୁଠେଙ୍ଗା ଭୁଆସୁଣୀ ଡମ୍ପିଂୟାର୍ଡକୁ ଅଳିଆ ଯାଇପାରୁନାହିଁ । ଦାରୁଠେଙ୍ଗର ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପଡ଼ିପାରୁନଥିବାରୁ କେବଳ ସୈନିକ ସ୍କୁଲ ପଛ ପଟ ଡମ୍ପିଂୟାର୍ଡରେ ଆବର୍ଜନା ପଡୁଛି ।

Related Posts

Seo wordpress plugin by www.seowizard.org.