Odisha News

ଥମୁନି ଧଳାଜହର କାରବାର: ୪୦ ଲକ୍ଷ ଟଙ୍କରା ବ୍ରାଉନସୁଗାର ଜବତ, ୨ ଗିରଫ

କଟକ, ୧୫/୨: କଟକରୁ ପୁଣି ଜବତ ହେଲା ଧଳା ଜହର। ପୁଣି ବ୍ରାଉନସୁଗାର କବଳରେ ଯୁବପୀଢି । ଜଳେଶ୍ବର ପାଲିଟିଛି ଧଳା ଜହର ବେପାରର ପେଣ୍ଠ ସ୍ଥଳୀ । କଟକ ମାଲଗୋଦାମ ପୋଲିସ ଏହି ବ୍ରାଉନସୁଗାର ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି । ଯୋବ୍ରା ତତ୍ତ୍ୱବଟ ଅଞ୍ଚଳରେ ଚଢ଼ାଉ କରି ୪୦୬ ଗ୍ରାମର ବ୍ରାଉନସୁଗାର ଜବତ କରିଛି ।
ଏହି ବ୍ରାଉନସୁଗାର କାରବାର କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଦୁଇ ଅଭିଯୁକ୍ତଙ୍କ ନାଁ ଲଖିରାମ ମାରାଣ୍ଡି ଓ ସେକ୍ ଆବିଦ । ଉଭୟଙ୍କ ଘର ଜଳେଶ୍ବର ଅଞ୍ଚଳରେ। ଉଭୟ ଜଳେଶ୍ବରରୁ ବ୍ରାଉନ ସୁଗାର ଆଣି କଟକରେ ବିକ୍ରି କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ।

Related Posts

Seo wordpress plugin by www.seowizard.org.