Odisha News

ତ୍ରିରଙ୍ଗାମୟ ଦିଲ୍ଲୀ କର୍ତ୍ତବ୍ୟ ପଥ, ଭବ୍ୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ସୁପ୍ରିମ୍ କମାଣ୍ଡର

ନୂଆଦିଲ୍ଲୀ,୨୬/୧: ରାଜଧାନୀ ଦିଲ୍ଲୀର ବିଜୟ ଛକଠାରୁ ସାଧାରଣତନ୍ତ୍ର ଦିବସ ପରେଡ୍ ଆରମ୍ଭ ହୋଇଯାଇଛି। ଏହି ପରେଡ୍ ବଜୟ ଛକରୁ ଆରମ୍ଭ ହୋଇ ରେଡ୍ ଫୋର୍ଟ ପର୍ଯ୍ୟନ୍ତ ଯିବ। ପରେଡ୍ ପାଇଁ ରାଜଧାନୀ ଦିଲ୍ଳୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଦିଲ୍ଲୀ ପୁଲିସ୍ ପକ୍ଷରୁ ପାଟ୍ରୋଲିଂ ବି ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଦେଶ ପାଇଁ ଜୀବନ ଦେଇଥିବା ବୀରମାନଙ୍କୁ ଶ୍ରୀଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
କର୍ତ୍ତବ୍ୟ ପଥରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେଠାରେ ତାଙ୍କର ସ୍ବଗତ କରିଥିଲେ। ଗଣତନ୍ତ୍ର ଦିବସ ସମାରୋହରେ ଅଂଶ ଗ୍ରହଣ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମିଶର ଦେଶର ରାଷ୍ଟ୍ରପତି ଅବଦେଲଖ୍ ଫତ୍ହା ଏଲ୍ ବି କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେଡ୍ ଆରମ୍ଭ ହୋଇଯାଇଛି।
ଏବର୍ଷ ପ୍ରଥମ ଥର ପାଇଁ କର୍ତ୍ତବ୍ୟ ମାର୍ଗରେ ପରେଡ୍ ହୋଇଛି। ସୁରକ୍ଷା ପାଇଁ ଦିଲ୍ଲୀରେ ୬୦୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ କର୍ତ୍ତବ୍ୟ ପାଥ୍ରେ ସାଧାରଣତନ୍ତ୍ର ଉତ୍ସବରେ ୨୪ଟି ହେଲ୍ପ ଡେକ୍ସ ବି ରଖାଯାଇଛି। ଆଜି ସକାଳ ୧୦.୩୦ରୁ ଏହି ପରେଡ୍ ଆରମ୍ଭ ହୋଇଯାଇଛି।

Related Posts

Seo wordpress plugin by www.seowizard.org.