Odisha News

ତୃତୀୟ ଗଡଜାତ ଲୋକ ମହୋତ୍ସବ ତୃତୀୟ ସଂଧ୍ୟା:ଗଡଜାତ ଲୋକ ମହୋତ୍ସବ ଏ ଅଂଚଳ ବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇ ପାରିଛି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୧୨: ଗଡଜାତ ଅଂଚଳବାସୀ ତାଙ୍କର ପୂର୍ବ ସ୍ମୃତିକୁ ସାଉଁଟିବାସହ ଏହି ମହୋତ୍ସବ ମାଧ୍ୟମରେ ଏ ଅଂଚଳର ଲକ୍‌କାୟିତ କଳା ଓ ସଂସ୍କୃତିକୁ ଲୋକ ଲୋଚନକୁ ଅଣିପାରିବାସହ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇ ଉନ୍ନତିର ପଥ ପ୍ରଦର୍ଶନ କରିପାରିଛି ବୋଲି ତୃତୀୟ ସଂଧ୍ୟାରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ତୃତୀୟ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ କଂଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହିଧର ରଣା ଯୋଗ ଦେଇଥିବାବେଳ ସମ୍ମାନିତ ଅତିଥିଭାବେ ହରଭଙ୍ଗା ଗୋଷ୍ଠି ଉନ୍ନୟନ ଅଧିକାରୀ ଶମ୍ଭୁ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ କୃଷି କର୍ମଚାରୀ ତଥା କମିଟିର ମାର୍ଗଦର୍ଶକ ପୂର୍ଣ୍ଣଚନ୍ଦ୍ର ଗାଇଗୌରୀଆ ଯୋଗ ଦେଇଥିଲେ ।
କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ କମିଟିର ସଦସ୍ୟ ବିଜୟ କୁମାର ସାହୁ ମଂଚ ପରିଚାଳନା ଓ ବସନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସ୍ଥାନିୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତଜ୍ଞ ବ୍ରହ୍ମାକୁମାର ଓ ସାଥିଙ୍କ ଦ୍ୱାରା ବିଭିନ୍ନ ସଂଗୀତ ପରିବେଷଣ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ମନ ମୋହିଥିଲା । ଶେଷରେ ପୂର୍ଣ୍ଣଚନ୍ଦ୍ର ଗାଇଗୌରୀଆ ଧନ୍ୟବାଦ ଅର୍ପଣ କରିଥିଲେ ।
ବୌଦ୍ଧ ଶିଶୁମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ
ବୌଦ୍ଧ,୧୮/୧୨:ବୌଦ୍ଧ ଶିଶୁମନ୍ଦିରର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇ ଅଛି,ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ,ରାଜକିଶୋର ମହାରଣା ବିଦ୍ୟାଳୟ ସଭାପତି, ଗୁପ୍ତେଶ୍ୱର ଥାନାପତି ବିଭାଗ ନିରୀକ୍ଷକ, ସନ୍ତୋଷ ପୁରୋହିତ ଉପସ୍ଥିତ ଥିଲେ
ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡା ଅତିଥି ପରିଚୟ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ,ସମ୍ପାଦକ ସାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ଉଦଯାପନୀ ଉତ୍ସବରେ ଅଶୋକ ଅଗ୍ରୱାଲକ୍ଷ
ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ, ଉପସଭାପତି ବ୍ୟୋମକେଶ ମିଶ୍ର , କୋଷାଧକ୍ଷ ରାଜେନ୍ଦ୍ର ମହାପାତ୍ର ,ସଂକୁଳ ପ୍ରମୁଖ ଦଶରଥ ମେହେର ଉପସ୍ଥିତ ଥିଲେ,ପ୍ରାରମ୍ଭ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୮୦୦ ପିଲା କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ ।
୨୦ କୀଡା ପରିଚାଳନା କରିଥିଲେ ଶାରୀରିକ ପ୍ରମୁଖ କୁମାର ମେଣ୍ଡିଲି ଙ୍କ ମାର୍ଗଦର୍ଶନ ରେ କ୍ରୀଡା ପରିଚାଳନା ହୋଇଥିଲା, ଏଥିରେ ବିଭିନ୍ନ ଦୌଡ଼,ଲମ୍ବଡିଆଁ ଉର୍ଚ୍ଚ ଡିଆଁ, ଗଳା ଫିଙ୍ଗା, ଥାଳିଆ ଫିଙ୍ଗା, ବର୍ଚ୍ଚା ଫିଙ୍ଗା, ଟିକୁଦ ଡିଆଁ ଇତ୍ୟାଦି ଖେଳ ହୋଇଥିଲା,ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ପିଲାଙ୍କୁ ପୁରସ୍କାର ଓ ପ୍ରଣାମ ପତ୍ର ପ୍ରଦାନ କରାଯାଇଥିଲା

ସାଲୁଙ୍କି ନଦୀର ଗମ୍ଭୀରାଦର ଠାରେ ବ୍ୟାରେଜ ନିର୍ମାଣ ପାଇଁ ସିଡବ୍ଲୁସିର ଏକ ପ୍ରତିନିଧି ମଣ୍ଡଳିଙ୍କ କ୍ଷେତ୍ର ପରିଦର୍ଶନ
ବୌଦ୍ଧ;୧୮/୧୨: ବୌଦ୍ଧ ଜିଲ୍ଲାର ଗମ୍ଭୀରାଦର ଠାରେ ସାଲୁଙ୍କି ନଦୀ ଉପରେ ଏକ ଜଳ ସଂରକ୍ଷଣ ପାଇଁ ବ୍ୟାରେଜ ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଦାବିପତ୍ର ପ୍ରଦାନ ପରେ କେନ୍ଦ୍ରୀୟ ଜଳ ଆୟୋଗ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଆସି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହାର ସର୍ଭେ କରାଯିବାକୁ ଏକ ପ୍ରସ୍ତାବ ସରକାରଙ୍କୁ ଦେବାକୁ କମିଟି ରାଜି ହୋଇଛି । କମିଟିରେ ସିଡବ୍ଲୁସିର ମୁଖ୍ୟଯନ୍ତ୍ରୀ ଇଂ ଏକେ ପ୍ରଧାନ, ଡେପୁଟି ଡାଇରେକ୍ଟର ଏ ରାମ ପ୍ରସାଦ ରାଓ ପ୍ରମୁଖ ଆସି କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ପ୍ରେମାନନ୍ଦ ମିଶ୍ର, ସୂର୍ଯ୍ୟ ନାରାୟଣ ମହାପାତ୍ର, ବିଶିକେଶନ ପ୍ରଧାନ ପ୍ରମୁଖ ସାମିଲଥିଲେ ।
ଆଦର୍ଶ ସ୍ନାତକ ମହାବିଦ୍ୟାୟରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ
ବୌଦ୍ଧ,୧୮/୧୨: ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶନିବାର ଦିନ ଏକ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ମୁଖ୍ୟ ଲକ୍ଷ୍ୟ ଥିଲା ଶିକ୍ଷକ ଓ ଅଭିଭାବକ ମଧ୍ୟରେ ଯୋଗସୁତ୍ର ସ୍ଥାପନ କରି ଛାତ୍ର ଛାତ୍ରୀମାନଙ୍କ ଶୈକ୍ଷିକ ଉନ୍ନତିରେ ପିତାମାତାଙ୍କ ସଂପୁକ୍ତି ରହିବା । ବୈଠକରେ ପ୍ରଧ୍ୟାପକ ପ୍ରମୋଦ କୁମାର ମେହେର ଅଭିଭାବକ ମାନଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ ବୈଠକର ଆଭିମୁଖ୍ୟ ଉପର ଆଲୋକପାତ କରିବା ସହ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ପଲ୍ଳଶ୍ରୀ ପାତ୍ର ବିବରଣୀ ପାଠ କରିଥିଲେ । ବୈଠକରେ ଯୋଗ ଦେଇଥିବ ଅଭିଭାବକ ମାନଙ୍କ ମତକୁ ମଧ୍ୟ ଗ୍ରହଣ କରାଯାଇଥିଲା । ବୈଠକରେ ଅଧ୍ୟାପିକା ପ୍ରଜ୍ଞାପରମିତା, ପୁଷ୍ପଲତା ପାଲ ଛାତ୍ର ଛାତ୍ରୀ ମାନଙ୍କ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଅଧ୍ୟାପକ ଦୀପକ କୁମାର ଟ୍ରଫିକ ନିୟମ ଉପରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ । ଅଧ୍ୟାପିକା ସୁମିତ୍ରା ସେଠୀ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.