Odisha News

ତିନିଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ, ପାଣିରେ ବୁଡି ଜଣେ ନିଖୋଜ

ଭଦ୍ରକ, ୧/୯: ଶାଳନ୍ଦୀ ନଦୀରେ ବୁଡ଼ି ଜଣେ ନାବାଳକ ନିଖୋଜ ହୋଇଯାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି।
ଆଜି ସକାଳେ ୩ ଜଣ ନାବାଳକ ଶାହାପୁର ଘାଟରେ ଗାଧୋଉଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯିବାରୁ ୩ ଜଣ ଯାକ ଭାସି ଯାଇଥିଲେ। ପିଲାମାନେ ଭାସିଯାଉଥିବା ଦେଖି ସ୍ଥାନୀୟ ଲୋକ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ନାବାଳକ ଜଣଙ୍କ ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଖୋଜ ଥିବା ନାବାଳକଙ୍କୁ ଖୋଜାଖୋଜି କରୁଛନ୍ତି।
ସୂଚନାଯୋଗ୍ୟ, ଗତକାଲି ନୟାଗଡ଼ ସଦର ଥାନା ଖୁଣ୍ଟବନ୍ଧ ପଞ୍ଚାୟତ ସଠିଆପଲ୍ଲୀରେ ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ ଘଟିଥିଲା। ଅପରାହ୍ନରେ ଦୁହେଁ ଗଣେଶ ପୂଜା ଭୋଜି ଖାଇବା ପରେ ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ।

Related Posts

Seo wordpress plugin by www.seowizard.org.