Odisha News

ଡେଡ୍‌ଲାଇନ୍ ସରିଥିଲେ ବି ମାଗଣା ଦିଆଯିବ, କେନ୍ଦ୍ରରୁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଜାରି ରହିବ ଟୀକାକରଣ- ବିଜୟ ପାଣିଗ୍ରାହୀ

ଭୁବନେଶ୍ବର, ୧/୧୦: କରୋନା ମୁକାବିଲା ପାଇଁ ରାଜ୍ୟରେ ଆଗକୁ ମଧ୍ୟ ମାଗଣାରେ ଟିକାକରଣ ଜାରି ରହିବ। ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିକାକରଣ ଅବଧି ଗତକାଲି ସରିଥିଲା।
ଗତ ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କୋଭିଡ ଟିକାକରଣର ଅମୃତ ମହୋତ୍ସବ ଚାଲିଥିଲା। ଏହି କ୍ରମରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ ଟୀକା ଦିଆ ହେଉଥିଲା। ଏହି ଅବଧି ମଧ୍ୟରେ ଏକ କୋଟି ୨୧ ଲକ୍ଷ ୫୦ହଜାର ପ୍ରିକସନ ଡୋଜ ଟୀକା ଦିଆ ଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ମାଗଣା ଟୀକା ଆଗରୁ ଦିଆଯାଉଥିଲା।
ସେମାନଙ୍କର ୪୫ ପ୍ରତିଶତ ଲୋକ ମଧ୍ୟ ଟୀକା ନେଇ ସାରିଛନ୍ତି। ୩୮ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି। ଯଦିବା ସେପ୍ଟେମ୍ବର ୩୦ରେ ମାଗଣା ଟିକାକରଣ ସରିଯାଇଛି ତଥାପି ଆଗକୁ ମାଗଣା ଟିକାକରଣ ଚାଲୁରହିବ।

Related Posts

Seo wordpress plugin by www.seowizard.org.