Odisha News

ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତରେ ପାଳିତ ହେଉଛି ସୁଶାସନ ସପ୍ତାହ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୧୨ : ନାଗରିକଙ୍କ ନିକଟରେ ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ପହଂଚାଇବା ଉଦେଶ୍ୟରେ ସାରା ଦେଶରେ ପାଳନ ହେଉଛି ସୁଶାସନ ସପ୍ତାହ ।
ସେହିପରି ଚଳିତ ବର୍ଷ ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତରେ ସୁଶାସନ ସପ୍ତାହ ପାଳନ କରାଯାଉଛି ।
ପ୍ରଶାସନ ଗାଁ କି ଓର\’ କୁ ସଫଳ କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟା କରି ଆସୁଛି । ଏହା ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କିଭଳି ସମସ୍ତ ଯୋଗ୍ୟ ହିତାଧିକାରୀ ପାଇପାରିବେ ତଥା ଏନେଇ ବ୍ୟାପକ ସଚେତନତା କାରାଯାଇଛି । ଏହାସହ ବର୍ତମାନ କେନ୍ଦ୍ର ସରକାର ମନରେଗା ଯୋଜନାର ନାମକୁ ପରିବର୍ତ୍ତନ କରି ଭିବି-ଜି ରାମ-ଜି\’ ନାମରେ ନୂତନ ଯୋଜନା ଲାଗୁ କରିଛନ୍ତି , ତେଣୁ ଏନେଇ ବ୍ୟାପକ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ଏହି କାର‌୍ୟ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ବିଡ଼ିଓ ଯୁଗଳ ବିଶ୍ୱାଳ, ଶଗଡା ସରପଞ୍ଚ ସନ୍ଧ୍ୟାରାଣୀ ମହାକୁଡ଼ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସ୍ଥାନୀୟ ଅଧିବାସୀଙ୍କୁ ଅବଗତ କରିଥିଲେ । ଅନ୍ୟପଟେ ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଶଗଡା ପଞ୍ଚାୟତରେ ଆଜିର ଏଭଳି କାର‌୍ୟ୍ୟକ୍ରମ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଏହାର ଗଭୀର ପ୍ରଭାବ ପଡିବ ବୋଲି ମତ ପ୍ରକାଶ ପାଉଛି କ୍ଷ

Related Posts