Odisha News

ଡିଭାଇଡରରେ ପିଟିହୋଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ : ରୋଗୀଙ୍କ ମୃତ୍ୟୁ, ୩ ଗୁରୁତର

ଖଡ଼ିଆଳ,୨୧/୩: ଛତିଶଗଡର ରାଜଧାନୀ ରାୟପୁରର ବାଲାଜୀ ହସ୍ପିଟାଲରୁ ରୋଗୀକୁ ନେଇ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ପୋଲରେ ପିଟି ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଜନକ ମନହିରା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ବୋଡେନ ଥାନା ବିରେଶକେଲା ଗ୍ରାମ ଦେଇ ଯାଇଥିବା ଫୋରୱେର ଏକ ପୋଲରେ ପିଟିହୋଇ ଆଜି ସକାଳେ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣଙ୍କର ପ୍ରାଣହାନି ଘଟିଥିଲା। ଏଥିରେ ତିନି ଜଣ ଆହତ ହୋଇଥିଲେ।
ମୃତକ ରୋଗୀ ଜଣକ ଜନକ ମନହିରା ବୋଲି ଜଣାପଡ଼ିଛି । ଜନକ ମନହିରା ରାୟପୁରର ବାଲାଜୀ ହସ୍ପିଟାଲରେ ଚିକିତ୍ସିତ ହୋଇ ତାଙ୍କ ଧରଣିମାଲ ଗ୍ରାମକୁ ଆସୁଥିଲେ। ମଙ୍ଗଳବାର ସକାଳୁ ଆମ୍ବୁଲାନ୍ସ ବିରେସକେଲାର ଏକ ପୋଲରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଯାହା ଫଳରେ ରୋଗୀଙ୍କର ଘଟଣାସ୍ଥଳରେ ଜନକ ମନହିରାଙ୍କ ମ଼ତ୍ୟୁ ହୋଇଥିଲା। ଏଣେ ଡ୍ରାଇଭରଙ୍କ ସମେତ ତିନି ଜଣ ଆହତ ହୋଇ ବୋଡେନ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Related Posts

Seo wordpress plugin by www.seowizard.org.