ଡାକ୍ତର ଗୋପାଳ ଚନ୍ଦ୍ର ପଟ୍ଟନାୟକଙ୍କ ୧୨୦ ତମ ସ୍ମାରକୀ ବକ୍ତୃତା
ବରଦା ଦାସଙ୍କ ରିପୋର୍ଟ
କଟକ, ୨୦/୪ : ସ୍ତ୍ରୀ ଓ ପ୍ରସୂତି ବାଭାଗ ଡାକ୍ତର ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଟ୍ଟନାୟକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପଦରୁ ଅବସର ନେଇ ଅନେକ ପୁସ୍ତକ ରଚନା କରିଥିଲେ ।ଫଳରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସେ ସୁନାମ ଅର୍ଜନ କରିଥିଲେ ।
ତାଙ୍କର ୧୨୦ ତମ ସ୍ମାରକୀ ବକ୍ତୃତା ଥିଙ୍କର୍ସ କ୍ଲବ ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଚିକିତ୍ସା ବୈଜ୍ଞାନିକ ଡ଼ ଭବାନୀ ଶଙ୍କର ଦାସ, ଲୋକ ବୈଦ୍ୟ ,ପ୍ରକୃତି ବନ୍ଧୁ ଆୟୁର୍ବେଦ ଡାକ୍ତର ଯୋଗେଶ୍ୱର ଦାଶ, ହୋମିଓପାଥି ଡାକ୍ତର ରାଧାନାଥ ପ୍ରହରାଜ,ପ୍ରଶାସକ ବିବେକ ପଟ୍ଟନାୟକ,ପ୍ରଫେସର ଡ଼ ସ୍ୱାଧୀନ ପଟ୍ଟନାୟକ ଯୋଗଦେଇ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ।
ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ୧୫୧ ତମ ଆଭାସୀ ଆଲୋଚନାରେ ସଂଯୋଜନା କରି କହିଲେ ଡାକ୍ତର ପଟ୍ଟନାୟକ ଜଷ୍ଟିସ ବୀରକିଶୋର ରାୟଙ୍କ ଜ୍ୟେଷ୍ଠା କନ୍ୟା
ଚାରୁବ।ଳ। ଦେବୀଙ୍କୁ ବିବାହ କରିଥିଲେ । ବିଦେଶ ରେ ଉଚ୍ଚ ଶିକ୍ଷା ଗ୍ରହଣ କରି ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାକୁ ସେ ପ୍ରଶଂସା କରୁଥିଲେ ।
ଶେଷରେ ସଭାପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ସଭାପତି ଅଭିଭାଷଣରେ କହିଲେ ସମ୍ପ୍ରତି ବିଶ୍ୱ ଯୁଦ୍ଧ ଲାଗିଥିବା ସମୟରେ ତାଙ୍କ ଦ୍ୱାରା ରଚିତ ୱର୍ଲ୍ଡ ଗଭର୍ନମେଣ୍ଟ ପୁସ୍ତକକୁ ପ୍ରକାଶ କରାଯାଇ ଲୋକାର୍ପିତ କର।ଯାଉ ।
ଅଂଶଗ୍ରହଣ କରିଥିବା ବ୍ୟକ୍ତି ମାନେ ପ୍ରଶ୍ନ ପଚାରି ଉତ୍ତର ପାଇଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।ଉମାଶଙ୍କର ମିଶ୍ର ଓ ବହୁ ବ୍ୟକ୍ତ ଆଲୋଚନା ଓ ୟୁ ଟ୍ୟୁବରେ ଅଂଶ ଗ୍ରହଣ କରିଥିଲେ ।ସଭାର ବୈଷୟିକ ପରିଚାଳନା କରଇଥିଲେ




