Odisha News

ଡାକ୍ତର ଓ କର୍ମଚାରୀଙ୍କୁ ଚା’ ଜଳଖିଆ ଦେବେନି ସିକ୍ୟୁରିଟି ଗାର୍ଡ

ନୂଆଦିଲ୍ଲୀ, ୩୦/୯: ‘ଡିଉଟି’ ସମୟରେ ଡାକ୍ତର ଅଥବା ଅନ୍ୟାନ୍ୟ କର୍ମଚାରୀଙ୍କ ନିମନ୍ତେ ଚା ଜଳଖିଆ ଆଦି ଆଣିବାକୁ ନ ଯାଇ ନିୟୋଜିତ କାର‌୍ୟ୍ୟରେ ଉପସ୍ଥିତ ରହିବାକୁ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ (ଏମ୍ସ୍) ତା’ର ‘ସିକ୍ୟୁରିଟି ଗାର୍ଡ’ମାନଙ୍କୁ କହିଛି।
ଡିୟୁଟି ସମୟରେ ବରିଷ୍ଠ କର୍ମଚାରୀମାନେ ‘ସିକ୍ୟୁରିଟି ଗାର୍ଡ’ମାନଙ୍କୁ ଚା ଜଳଖିଆ ଆଣିବାକୁ ପଠାଉଥିବା ଜାଣିବା ପରେ ଏହାକୁ ବନ୍ଦ କରାଇବା ପାଇଁ ‘ଏମ୍ସ୍’ର ନୂଆ ନିର୍ଦେଶକ ଏମ୍. ଶ୍ରୀନିବାସ ଆଦେଶନାମା ଜାରି କରିଛନ୍ତି।
ଏଥିରେ ଉଲ୍ଲେଖ ଅଛି, ‘ଡିୟୁଟି’ ସମୟରେ କୌଣସି ‘ସିକ୍ୟୁରିଟି ଗାର୍ଡ’ ପାନୀୟ କି, ଭୋଜନ କରୁଥିବା ଜଣାପଡ଼ିଲେ ତାଙ୍କୁ ‘ଏମ୍ସ୍’ର ‘ରୋଲ୍’ରୁ ହଟାଇ ଦିଆଯିବ।
ହସ୍ପିଟାଲ୍ କର୍ମଚାରୀଙ୍କ ଆଦେଶରେ ଜଣେ ‘ସିକ୍ୟୁରିଟି ଗାର୍ଡ’ ଚା ଟ୍ରେ ନେଇ ଯାଉଥିବା ଘଟଣା ‘କାର୍ଡିଓଥୋରାସିସ୍’ ଏବଂ ‘ନ୍ୟୁରୋସାଇନ୍ସେସ୍ ସେଣ୍ଟର୍’ ପରିଦର୍ଶନ କରିବା ବେଳେ ନିର୍ଦେଶ ଶ୍ରୀନିବାସ ଦେଖିବା ପରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ।
ଆଦେଶରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ଏଭଳି ଘଟଣା ଖାଲି ସୁରକ୍ଷା ନିମନ୍ତେ ନିଯୁକ୍ତ କର୍ମଚାରୀଙ୍କ କ୍ଷେତ୍ରରେ ସାଲିସ କରିବା ସହ ନିରାପତ୍ତା ସେବା ପ୍ରତି ପ୍ରତିକୂଳ ମନୋଭାବ ଦର୍ଶାଉଛି।

Related Posts

Seo wordpress plugin by www.seowizard.org.