Odisha News

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ଜୀବନ ! ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଯାଜପୁର, ୧୯/୧୦: ଡାକ୍ତରଙ୍କ ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବିଂଝାରପୁର ଅଂଚଳର ଜଣେ ରୋଗୀ ରବିନାରାୟଣ ଜେନା ୧୭ ତାରିଖ ବିଳମ୍ବିତ ରାତିରେ ଭର୍ତ୍ତି ହୋଇଥିଲେ। ତେବେ ରୋଗୀଙ୍କର ଝାଡାବାନ୍ତି ହେଉଥିବାରୁ ତାଙ୍କୁ ଆଡମିଶନ କରାଯାଇଥିଲା। କିନ୍ତୁ ଗୋଟିଏ ଇଂଜେକସନ ଦେବା ପରେ ଦାୟିତ୍ବରେ ଥିବା ଡାକ୍ତର ତାଙ୍କୁ ଘରକୁ ନେଇଯିବାକୁ କହି ବିଦା କରି ଦେଇଥିଲେ ।
ତେବେ ରୋଗୀ ଘରକୁ ଯିବା ବାଟରେ ହିଁ ଗୁରୁତର ହେବାରୁ ପରିବାର ପକ୍ଷରୁ ତାଙ୍କୁ ପୁନର୍ବାର ଚିକିତ୍ସାଳୟକୁ ଅଣାଯାଇଥିଲା। ଆଉ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଡାକ୍ତରଙ୍କ ଅବହେଳା ପାଇଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ମେଡିକାଲ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହି। ଅନ୍ୟ ପଟେ ମୃତକଙ୍କ ଭାଇ ଲକ୍ଷ୍ମଣ କୁମାର ଜେନା ଏହି ଅବହେଳାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Related Posts

Seo wordpress plugin by www.seowizard.org.