Odisha News

ଡମ୍ବରୁଗଡ ନିକଟରୁ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ୧୩ ଗୋଟି ଟ୍ରାକ୍ଟର ଅଟକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୭: ରବିବାର ରାତି ୭.୩୦ ମିନିଟ ସମୟରେ ଡମ୍ବରୁଗଡ ନିକଟରୁ ବେଆଇନ୍ ବାଲି ଚାଲାଣ ଅଭିଯୋଗରେ ୧୩ ଗୋଟି ଟ୍ରାକ୍ଟରକୁ ବାଉଁଶୁଣୀ ପୋଲିସ ଅଟକ ରଖି ଥାନାକୁ ଆଣିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ବାଉଁଶୁଣୀ ରାଜସ୍ୱ ସର୍କଲର ଡମ୍ବରୁଗଡ ମହାନଦୀ ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ଖବର ପାଇ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ୍ ପ୍ରସାଦ ଅତର୍କିତ ଭାବେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।
ନଦୀ ମଧ୍ୟରେ ୧୩ ଗୋଟି ଟ୍ରାକ୍ଟର ବାଲି ବୋଝେଇ କରୁଥିବା ଦେଖିବା ପରେ ସେ ସମସ୍ତ ଟ୍ରାକ୍ଟରକୁ ଅଟକ ରଖି କାଗଜପତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ବାଉଁଶୁଣୀ ପୋଲିସ ସମସ୍ତ ଗାଡ଼ିକୁ ଥାନାକୁ ନେଇ ଅଟକ ରଖିଛି କ୍ଷ ଆଜିର ଚଢାଉରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ଏବଂ ବାଉଁଶୁଣୀ ଓ ବୌଦ୍ଧ ଥାନାର ପୋଲିସ ଟିମ୍ ସାମିଲ ଥିଲେ ।

Related Posts

Seo wordpress plugin by www.seowizard.org.