Odisha News

ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଗିରଫ: ସହଯୋଗୀଙ୍କୁ ଖୋଜୁଛି ପୋଲିସ୍

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୧୩/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏକ ଡକାୟତି ଘଟଣାର ଚାରିଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଅଜୟ ଦିଗାଳକୁ ଗିରଫ କରି ପର୍ଦ୍ଧାଫାଶ କଲା ପୋଲିସ୍ । ଅଜୟ ନିକଟରୁ ଗୋଟିଏ କାର୍, ଦୁଇଟି ମୋବାଇଲ ଓ ନଗଦ ତିନି ହଜାର ଟଙ୍କା ଜବତ କରିଛି ପୋଲିସ୍ ।
ଘଟଣା ପ୍ରକାରେ ଚଳିତ ମାସ ୮ ତାରିଖ ସନ୍ଧ୍ୟା ୭ ଟା ସମୟରେ ଜାତୀୟ ରାଜପଥ ଉପରେ କାଠ ପକାଇ ଟ୍ରକକୁ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ଟ୍ରକ ଡ୍ରାଇଭର ଓ ସେଥିରେ ବସିଥିବା ପରମପାଙ୍ଗା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଧାନ ଚନ୍ଦ୍ର ଜେନା ଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗରୁଜା କରି ସେମାନଙ୍କ ଠାରୁ ଦୁଇଟି ମୋବାଇଲ ଓ ୨୬ହଜାର ଟଙ୍କା ଡ଼କାୟତି କରି ଲୁଟି ନେଇଥିଲେ। ଅଚେତ ଅବସ୍ଥାରେ ଶିକ୍ଷକଙ୍କୁ ଉଦ୍ଧାର କରି ବାଲିଗୁଡ଼ା ମେଡ଼ିକାଲ କୁ ଆଣି ଚିକିତ୍ସା କରା ଯାଇଥିଲା କ୍ଷ ମାଷ୍ଟର ମାଇଣ୍ଡ୍ ଅଜୟ ଦିଗାଳକୁ ଗିରଫ କରିଥିବା ବେଳେ ଅନ୍ୟ ସହଯୋଗୀଙ୍କୁ ଖୋଜୁଥିବା ବିଷୟ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି କ୍ଷ

Related Posts

Seo wordpress plugin by www.seowizard.org.