Odisha News

ଟ୍ବିନ୍ସିଟିରେ ଦାୟିତ୍ଵ ଗ୍ରହଣ କଲେ ନୂଆ ଡିସିପି

ଭୁବନେଶ୍ବ,୨୦/୭: କଟକ ଓ ଭୁବନେଶ୍ଵରର ନୂଆ ଡିସିପି ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। କଟକ ଡିସିପି ଭାବେ ପ୍ରତୀକ ସିଂହ ଏବଂ ଭୁବନେଶ୍ଵର ଡିସିପି ଭାବେ ଡା. ଉମାଶଙ୍କର ଦାସ ଦାୟିତ୍ଵ ନେଇଛନ୍ତି। ଉଭୟ ଅଧିକାରୀ ବିଦାୟୀ ଡିସିପି ଅନୁପ ସାହୁ ଏବଂ ଅଖିଳେଶ୍ଵର ସିଂହ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।
ପୁଲିସ ସେବା ଭବନରେ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ଏକ କାର‌୍ୟ୍ୟକ୍ରମରେ ଉମାଶଙ୍କର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ନୂଆ ଡିସିପି ଉମାଶଙ୍କର ଦାଶ ଏହା ପୂର୍ବରୁ ପୁରୀ ଏସପି ଭାବେ କାର‌୍ୟ୍ୟ କରୁଥିଲେ। କଟକର ନୂଆ ଡିସିପି ପ୍ରତୀକ ସିଂହ ଏହା ପୂର୍ବରୁ କନ୍ଧମାଳ ଏସପି ଭାବେ କାର‌୍ୟ୍ୟ କରୁଥିଲେ।

Related Posts

Seo wordpress plugin by www.seowizard.org.