Odisha News

ଟେନସନ୍ ରେ ନେତାଙ୍କ ଦେହର ତାତି ବଢ଼ୁଛି

ଭୁବନେଶ୍ୱର,୫/୧୧: ଆସନ୍ତା କାଲି ଅର୍ଥାତ୍ ନଭେମ୍ବର ୫ ତାରିଖରେ ଧାମନଗର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ୨୦୧୯ ସାଧାରଣ ନିର୍ବାଚନ ପରେ ଏହା ହେଉଛି ସପ୍ତମ ବିଧାନସଭା ଉପନିର୍ବାଚନ । ଏହି ଉପନିର୍ବାଚନ ଉପରେ ସମସ୍ତ ରାଜନୈତିକ ଦଳର ଦୃଷ୍ଟି ନିବଧ ରହିଛି । ଏହା ଛଡା ସାଧାରଣ ଜନତା ମଧ୍ୟ ଏହି ନିର୍ବାଚନର ଫଳାଫଳ ଜାଣିବା ପାଇଁ ବେଶ୍ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।
ପାୱାର କରିଡି ବା କ୍ଷମତାର ଗଳିଠାରୁ ଆରମ୍ଭ କରି ଚା ଦୋକାନ, ପାନ ଦୋକା, ସେଲୁନ୍ ରେ ଯିଏ ଯାହାକୁ ଦେଖୁଛି ପଚାରୁଛି ହାୱା କ’ଣ ?
କ’ଣ ହେବ ଧାମନଗର ଉପନିର୍ବାଚନ ଫଳାଫଳ । କାହାର ଜିତାପଟ ହେବ । ଏବଂ ଏହାର ଫଳାଫଳ କିପରି ଆଗାମୀ ରାଜ୍ୟ ରାଜ୍ୟନିତିକୁ ପ୍ରଭାବ ପକାଇବ ସେନେଇ ସବୁ ଆଡେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ରାଜନେତିକ ଦଳ ପ୍ରାର୍ଥିଙ୍କ ସହ ଚଳିତ ଥର ଯୋଡି ହୋଇଥିଲା ସ୍ୱାଧିନ ପ୍ରାର୍ଥିଙ୍କ ଲଢ଼େଇ ।
ବଜେଡି ପ୍ରାର୍ଥି ଅବନ୍ତି ଦାସ, ବିଜେପି ପ୍ରାର୍ଥି ସୁର୍ଯ୍ୟବଂଶି ସୁରଜ, କଂଗ୍ରେସ ପ୍ରାର୍ଥି ହରେକୃଷ୍ଣ ସେଠୀ ଓ ସ୍ୱାଧିନ ପ୍ରାର୍ଥି ରାଜେନ୍ଦ୍ର ଦାସଙ୍କ ଭାଗ୍ୟ ଇଭିଏମ୍ ମେସିନ୍‌ରେ ସିଲ୍ ହୋଇସାରିଛି । ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି ସମସ୍ତ ଦଳ ।
ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ଯେ ସମସ୍ତ ଉପନିର୍ବାଚନ ଠାରୁ ଭିନ୍ନ ହେବ ଧାମନଗର ଉପନିର୍ବାଚନ । କାରଣ ସ୍ୱାଧିନ ପ୍ରାର୍ଥିକୁ ନେଇ ଚଳିତ ନିର୍ବାଚନ ବିଜେଡି ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ।

Related Posts

Seo wordpress plugin by www.seowizard.org.