Odisha News

ଝିଅରୁ ପୁଅ ହେଲେ ବରିଷ୍ଠ ଆଇପିଏସ୍ ଦମ୍ପତିଙ୍କ ସନ୍ତାନ

ଭୁବନେଶ୍ୱର, ୩୦/୮: ରାଜ୍ୟରେ କାର୍ଯ୍ୟରତ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅ ପୁଅ ହୋଇଛନ୍ତି । ବିରଳ ଅସ୍ତ୍ରପୋଚାର କରି ଲଙ୍ଗ ପରିବର୍ତ୍ତନ କରିଛନ୍ତି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ସର୍ଜରି କରାଯାଇଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଲିଙ୍ଗ ପରିବର୍ତ୍ତପ କରି ଝିଅରୁ ପୁଅ ହୋଇଥିବା ୨୨ବର୍ଷିୟ ଯୁବତୀ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରରୁ । ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କର ଏକ ମାତ୍ର ଝିଅ ସେ ।
ସର୍ଜରି ପରେ ବିଧିବଦ୍ଧ ଭାବେ ଯୁବତୀଙ୍କ ନାଁ ଓ ଲିଙ୍ଗ ବଦଳାଇବା ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପାସପୋର୍ଟ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟରେ ମଧ୍ୟ ଏହି ପରିବର୍ତ୍ତନ କରାଯାଉଛି। ତେବେ ଲିଙ୍ଗ ପରିବର୍ତ୍ତନ ନେଇ ଆଇପିଏସ୍ ଦମ୍ପତି କି ତାଙ୍କ ଝିଅ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

Related Posts

Seo wordpress plugin by www.seowizard.org.