Odisha News

ଝାଡ୍ରାଜିଙ୍ଗ ଓ ବଡବନ୍ଧ ଆଶ୍ରମ ସ୍କୁଲ୍ ପରିଦର୍ଶନ କଲେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା

କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୩ : ହରଭଙ୍ଗା ବ୍ଲକ ବାଣୀ ଭୁଷଣପୁର ଗ୍ରାମ ପଞ୍ଚାୟତର ଝାଡ୍ରାଜିଙ୍ଗ ଆଶ୍ରମ ବିଦ୍ୟାଳୟ ଓ
ଲୁଣି ବାହାଲ୍ ପଞ୍ଚାୟତର ବଡବନ୍ଧ ଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ।
ରାଜ୍ୟ ସରକାରଂକ ଜ଼ିଲ୍ଲା କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଉଭୟ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସ, ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ଖାଦ୍ୟପେୟ,ସ୍ୱଚ୍ଛତା,ପାନୀୟ ଜଳ, ଶିକ୍ଷାଦାନ ଆଦି ସମ୍ପର୍କରେ ଜ଼ିଲ୍ଲାପାଳ ସମୀକ୍ଷା କରିଥିଲେ ।
ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମଂଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ତହସିଲଦାର ଶରତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts