Odisha News

ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ, ୭ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର, ୬/୯: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । କେନ୍ଦୁଝର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମତେ ୭ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି ।
ସତ୍ୟପ୍ରକାଶଙ୍କ ଭୁବନେଶ୍ଵର ଲକ୍ଷ୍ମୀ ସାଗର ସ୍ଥିତ ନିଜ ଘର ଓ ସଂମ୍ପର୍କିୟଙ୍କ ଘର, ଝାରପଡ଼ା ଜେଲ କଲୋନୀ ସ୍ଥିତ ସରକାରୀ ବାସ ଭବନ, ଖଣ୍ଡଗିରି ସ୍ଥିତ ନିଜ ଘର, ଭଦ୍ରକ ଧୂଷିରି ସ୍ଥିତ ସମ୍ପର୍କିୟ ଘରେ ଭିଜିଲାନ୍ସ ଛାପା ମାରିଛି । ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ଟିମ୍ ସହାୟତାରେ କେନ୍ଦୁଝରରେ ଚଢ଼ାଉ ଜାରି ରହିଛି ।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ଜେଲ ସୁପରିଣ୍ଟେଡେଣ୍ଟ ଶ୍ରୀ ସ୍ୱାଇଁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା ।
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଉଛି । ଚଢାଉ ଶେଷ ହେବା ପରେ କେତେ ଆୟ ବହିର୍ଭୁତ ସଂପତି ଠାବ ହେଲା ତାହା ଗଣ ମାଧ୍ୟମକୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଓ ଏହି ଚଢ଼ାଉରେ ୧୨ ଜଣ ଡିଏସପି, ୧୧ ଇନସ୍ପେକ୍ଟର ଏବଂ ଅନ୍ୟ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି ।
ଶ୍ରୀ ସତ୍ୟ ପ୍ରକାଶ ସ୍ୱାଇଁ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଜେଲର ମଧ୍ୟ ଅଧିକ୍ଷକ ଦାୟିତ୍ୱ ସମ୍ଭାଳିଛନ୍ତି ।

Related Posts

Seo wordpress plugin by www.seowizard.org.