ଜିଲ୍ଲା ସ୍ବାସ୍ଥ୍ୟ ସମିତି ତାଲିମ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଶ୍ବ ଯକ୍ଷ୍ମା ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୩: (ସୋମବାର) ଦିନ ଦିବା ଘ.୧୨.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ତାଲିମ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଶ୍ବ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅଧୀକ୍ଷକ ଡ. ସଂଘମିତ୍ରା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଚିକତ୍ସା ଅଧିକାରୀ ଡ. କିଶୋର ଚନ୍ଦ୍ର ପଟ୍ଟନାୟକ, ଡ. ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ଯକ୍ଷ୍ମା ରୋଗର ଲକ୍ଷଣ ଓ ରୋଗ ର କାରଣ, ନିରାକରଣ ଏବଂ ସରକାରୀ ଚିକିତ୍ସାଳୟ ରେ ଥିବା ଚିକିତ୍ସା ସୁବିଧା ସମ୍ପର୍କ ରେ ବକ୍ତବ୍ୟ ଦେଇଥିଲେ ।
ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଯକ୍ଷ୍ମା ଡ. ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ ପ୍ରାରମ୍ଭିକ ସୂ ଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଉକ୍ତ କାର୍ୟ୍ୟକ୍ରମରେ ମେରା ଭାରତ ର ଜ଼ିଲ୍ଲା ସଂଯୋଜକ ଆସମାନ ମହାକୁଡ଼ ଏବଂ ସଦସ୍ୟ ବୃନ୍ଦ,ନର୍ସିଙ୍ଗ ଟ୍ରେନିଂ ସ୍କୁଲର ଛାତ୍ରୀ, ଆଶା କର୍ମୀ ମାନେ ଅଂଶଗ୍ରହଣ କରିଥିଲେ ।