ଜିଲ୍ଲା ପ୍ରଶାସନଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତ ଆନୁକୁଲ୍ୟରେ ବୌଦ୍ଧ ଟାଉନ ହଲ ଠାରେ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୧୨ : ଜିଲ୍ଲା ପ୍ରଶାସନ, ବୌଦ୍ଧ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ବୌଦ୍ଧ ଜିଲ୍ଲା ଟାଉନ ହଲ ଠାରେ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି ।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପାଳ , ବୌଦ୍ଧ ଶ୍ରୀ ସୁବ୍ରତ ପଣ୍ଡା , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଜୟକୃଷ୍ଣ ମିଶ୍ର ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ମୁଖ୍ୟ ଅତିଥି ଭାବେ ଭାଗ ନେଇଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଲ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୨୧ ଜଣଙ୍କୁ ଭତ୍ତା,୫ ଜଣ ଙ୍କୁ ବିବାହ ପ୍ରୋତ୍ସାହନ ରାଶି,୨ ଜଣଙ୍କୁ wheel chair,୧୦୦ ଜଣଙ୍କୁ ଶୀତ ବସ୍ତ୍ର ଓ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କର।ଯାଇଥିଲା । ଜିଲ୍ଲା ପାଇଁ ଉତ୍ତମ ରୂପେ କାର୍ଯ୍ୟ କରିଥିବା ୩ ଗୋଟି ଅନୁଷ୍ଠାନ ଯଥା Rare,kantamal,suh NAC Boudh ଓ special school Boudhଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। special school, Boudh ଓ Rare, Kantamal ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।ସର୍ବଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ,ବୌଦ୍ଧ ଶ୍ରୀ ରାଜିନ୍ଦ୍ର କିଶାନ ଧନ୍ୟବାଦ ଅର୍ପଣ କରିଥିଲେ ।