Odisha News

ଜିଲ୍ଲା ପାଠାଗାର ଠାରେ ଓଡିଶା ଦିବସ ଉପଲକ୍ଷେ ବିଭିନ୍ନ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୩ : ସକାଳ ଘ. ୧୦.୩୦ ମି. ସମୟରେ ଜ଼ିଲ୍ଲା ପାଠାଗାର ଠାରେ ଓଡିଶା ଦିବସ ଉପଲକ୍ଷେ ବିଭିନ୍ନ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।
ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଅରବିନ୍ଦ ସାହୁ, ପ୍ରଥମ, ଅଧ୍ୟତ୍ରୀ ପୁରୋହିତ – ତୃତୀୟ, ପି ଏମ ଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରା ର ଅଙ୍କିତ ବେହେରା – ଦ୍ଵିତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମେଂଢ଼ୀମାଲ ର ଶ୍ରଦ୍ଧକ୍ଷ ଶୁଭଦର୍ଶନୀ ସାହୁ -ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସୋନାଲିକା ପଟ୍ଟନାୟକ -ଦ୍ଵିତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଅଇଁଲାଚୁଆଁ – ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ରେ ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାଚୀ ସୁବର୍ଣ୍ଣା ପୁରୋହିତ – ପ୍ରଥମ, ଅଂଶୁମାନ ରଥ – ଦ୍ଵିତୀୟ, ସରକାରୀ ବହୁ ବୃତ୍ତି ମହାବିଦ୍ୟାଳୟ ର ସୁପ୍ରିୟା ମହାରଣା – ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଏହି ପ୍ରତିଯୋଗିତା ର ବିଚାରକ ଭାବେ ଚିତ୍ତରଞ୍ଜନ ଦାଶ, ଦୁଃଖିଶ୍ୟାମ ବେହେରା, ପଦ୍ମଜା ପତି, ଆନନ୍ଦ କୁମାର ବେହେରା ଯୋଗ ଦେଇ ବିଚାର କାର୍ଯ୍ୟ ତୁଲାଇ ଥିଲେ ।
ଜ଼ିଲ୍ଲା ସ୍ତରୀୟ (ଉଚ୍ଚ ବିଦ୍ୟାଳୟ )ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମେଂଢ଼ୀମାଲ ର ଶ୍ରଦ୍ଧା ଶୁ ଭଦର୍ଶିନୀ ସାହୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।
ଏହି ପ୍ରତିଯୋଗିତା କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କାର୍ଯ୍ୟାଳୟ ର କର୍ମଚାରୀ ମାନେ ପରିଚାଳନା କରିଥିଲେ ।

Related Posts