Odisha News

ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୩୧/୧ : ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଙ୍କ ସଭାପତିତ୍ଵ ରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ଆବାହନ କ୍ରମେ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା,ରସାୟନ ବୈଜ୍ଞାନିକ ଡାଃ ଶେଷ କିଷାନ,ସାଂସଦ ପ୍ରତିନିଧି ଦିନେଶ ଶର୍ମା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
ସରକାରୀ ସ୍କୁଲକୁ ମଡେଲ ସ୍କୁଲରେ ପରିଣତ କରିବାର ଲକ୍ଷ୍ୟ ରଖିଛି,ଯାହା ଆଧୁନିକ ପ୍ରଯୁକ୍ତିବିଦ୍ୟା,ସାମଗ୍ରିକ ବିକାଶ ଏବଂ ନବସୃଜନଶୀଳ ଶିକ୍ଷା ଉପରେ ଧ୍ୟାନ ଦେଇ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉନ୍ନତ ଭିତ୍ତିଭୂମି ପ୍ରଦାନ କରିବ।
ଏହି ସ୍କୁଲଗୁଡ଼ିକ ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ପ୍ରୟୋଗଶାଳା ଏବଂ ଡିଜିଟାଲ୍ ଶିକ୍ଷା ଉପରେ ଗୁରୁତ୍ଵ ଦେଇ କାର୍ଯ୍ୟକାରୀ ହେବ।ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀ ଏହା ଦ୍ଵାରା ବେଶ ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ସିଂହଦେଓ ମତବ୍ୟକ୍ତ କରିଥିଲେ।
ପିଏମଶ୍ରୀ ଗୁଡିକ ଛାତ୍ରଛାତ୍ରୀଙ୍କୁ ପାଠପଢା, ଖେଳ ସହ ଅନ୍ୟ ସବୁ କ୍ଷେତ୍ରରେ ସୁଦକ୍ଷ କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଇସଲୱାର କହିଥିଲେ।
ଏହି କାର୍ଯ୍ୟକ୍ରମ ଜାନୁଆରୀ ୩୦ ତାରିଖ ପର‌୍ୟ୍ୟନ୍ତ ଚାଲିବ।କାର‌୍ୟ୍ୟକ୍ରମ ରେ ଜିଲ୍ଲାର ୧୪ ଟି ବ୍ଲକରୁ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଦର୍ଶନୀ ଷ୍ଟଲ ଗୁଡିକ ଖୋଲା ଯାଇଛି। ଏଥିରେ ସକ୍ଷମ କେନ୍ଦ୍ର, ଚିତ୍ରକଳା,ଆକାଂକ୍ଷୀ ମେଳା,ଆକାଂକ୍ଷୀ ଛାତ୍ର ପରିଷଦ, ବ୍ୟବସାୟୀକ ଜ୍ଞାନ କୌଶଳ ବୃଦ୍ଧି ଏବଂ ଶିଳ୍ପ କୌଶଳକୁ ବିଜନେସ ସମିଟ ଷ୍ଟଲରେ ପ୍ରକଳ୍ପ ପ୍ରଭୃତି ରହିଛି।
ଏହା ବ୍ୟତୀତ ବେଶଭୂଷା ଓ ଅଭିନୟ ମାଧ୍ୟମରେ ୪୫ଟି ଦେଶର ପ୍ରତିନିଧି ଭାବେ ଛାତ୍ରଛାତ୍ରୀ ମିଳିତ ଜାତିସଂଘର ସଭା କାର୍ଯ୍ୟ ପରିବେଷଣ କରିଥିଲେ।
ସନ୍ଧ୍ୟା କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଓ ବିଜ୍ଞାନ ଭିତ୍ତିକ ଡ୍ରାମା ପରିବେଷଣ ହୋଇଥିଲା।

Related Posts