Odisha News

ଜିଲ୍ଲାପାଳ ସୁବ୍ରତ ପଣ୍ଡା ଙ୍କବୌଦ୍ଧ ଜ଼ିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ : ଜଳ ସମ୍ପଦ, ସ୍ୱାସ୍ଥ୍ୟକେନ୍ଦ୍ର ଛାତ୍ରା ବାସ ଓ ଆବାସ ଯୋଜନା ଉପରେ ଲୋକଙ୍କୁ ପଚାରି ବୁଝିଲେ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୧୦ : ଦିନ ବୌଦ୍ଧ ଜିଲାପାଳ ସୁବ୍ରତ ପଣ୍ଡା ବୌଦ୍ଧ ବ୍ଲକ ଉପାନ୍ତ ଅଞ୍ଚଳ ର ବିଭିନ୍ନ ସ୍ଥାନ କୁ ପରିଦର୍ଶନ କରି ସିଧାସଳଖ ଲୋକଙ୍କ ସହ ବାର୍ତ୍ତା ଳାପ କରି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ ।
ପ୍ରଥମେ ବହୁ ପ୍ରସ୍ତାବିତ ଗୁରୁଜୀମୁଣ୍ଡା ପ୍ରକଳ୍ପ ଠାରେ ପହଂଚି ତାର ସ୍ଥିତି ପରଖିବା ସହ ଚାଷୀଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ ।
ସେଠାରୁ ଟିକରପଡା ଗ୍ରାମ ରେ ଗ୍ରାମବାସୀ ଙ୍କ ସହ ମିଶିଥିଲେ ପରେ ଟିକରପଡା ବିଦ୍ୟାଳୟ ରେ ପହଂଚି ଥିଲେ ।
ପରେ ଆଦିବାସୀ ଛାତ୍ରାବାସ ରେ ପହଁଚି ବିଭିନ୍ନ ସମସ୍ୟା ପଚା ରିବା ସହ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ ।
ଅନ୍ୟପଟେ ଗ୍ରାମଞ୍ଚଳ ରୁଲାର ହାଉସିଂ ଉପରେ ହିତାଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ପରେ ସରକାରୀ ଉଚ୍ଚ ବିଦ୍ୟାଳୟ,ମେଣ୍ଡିମାଲ ର ଆଦିବାସୀ ଛାତ୍ରା ବାସ, ଛାତ୍ରୀ ନିବାସ ବୁଲି ଛାତ୍ର ଛାତ୍ରୀ ଙ୍କ ସହ ସେମାନଙ୍କ ସୁବିଧା,ଅସୁବିଧା ବିଷୟ ରେ ଆଲୋଚନା କରିଥିଲେ । ପରେ ପରେ ବଘିଆପଡା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।
ଜିଲ୍ଲାପାଳ ଙ୍କ ଏହି ପରିଦର୍ଶନ ରେ ବୌଦ୍ଧ ସି. ଡ଼ି. ଇ. ଓ. ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ସି. ଡ଼ି. ଇ. ଓ ଚାଲ୍ସ ନାୟକ,ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନରେଶ ବାରିକ , ବୌଦ୍ଧ ବିଡ଼ିଓ ଯୁଧିଷ୍ଠିର ମେହେର, ବୌଦ୍ଧ ତହସିଲଦାର ଲଗ୍ନଜିତ ବେହେରା ଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଅପରାହ୍ନ ରେ ଆଦର୍ଶ କୃଷି ବଜାର ପ୍ରାଙ୍ଗଣ ରେ ଦୀପାବଳି ଉତ୍ସବ ପାଇଁ ଷ୍ଟଲ ଉନ୍ମୋଚନ କରିବା ସହ ସେହି ପରିସରରେ ଥିବା ମିଶନ ଶକ୍ତି କାଫେ, ମିଲେଟ ଶକ୍ତି କାଫେ ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠି ର ସଦସ୍ୟାଙ୍କ ସହ କଥା ବାର୍ତ୍ତା ହୋଇ ସେମାନଙ୍କ ବ୍ୟବ ସାୟ ଏବଂ ଆନୁସାଙ୍ଗିକ ବ୍ୟବସ୍ଥା ବିଷୟରେ ବୁଝିଥିଲେ ।
ସେଠାର ପରିଷ୍କାର, ପରିଚ୍ଛନ୍ନତା ଦେଖି ଖୁସି ବ୍ୟକ୍ତ କରିଥିଲେ । ପରେ ପରେ ମର୍ଯ୍ୟାକୁଦ ଠାରେ ନିର୍ମାଣାଧୀନ ଜ଼ିଲ୍ଲାପରିଷଦ କାର୍ଯ୍ୟାଳୟ କୁ ଯାଇ ସେଠାରେ ନିର୍ମାଣ କାମ କୁ ଅନୁଧ୍ୟାନ କରିଥିଲେ । କାମ ଶୀଘ୍ର ସାରିବା ସହ ଉନ୍ନତ ମାନ ର କାମ ସଠିକ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ ।

Related Posts