Odisha News

ଜିଲାପ୍ରଶାସନକୁ ଭୂମି ସମ୍ମାନ ଟ୍ରଫି ହସ୍ତାନ୍ତରଣ ଉତ୍ସବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୭ : ବୌଦ୍ଧଜିଲାକୁ ମିଳିଛି ସମ୍ମାନଜନକ ଭୂମି ସମ୍ମାନ । ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ୬୮ଗୋଟି ଜିଲାକୁ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାରୁ ୧୯ ଜିଲା ଏହି ସମ୍ମାନ ପାଇବାରେ ସଫଳ ହୋଇଛନ୍ତି ।
ସମସ୍ତ ତହସିଲଗୁଡିକରେ ରେକର୍ଡପତ୍ର କମ୍ପ୍ୟୁଟରୀକରଣ କରାଯିବା ସହିତ ,ଡିଜିଟାଲ ମେପ ପ୍ରସ୍ତୁତି,ଭୁ ନକ୍ସା ପ୍ରସ୍ତୁତି,ଇ ରେଜିଷ୍ଟ୍ରେସନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଡିଜିଟାଲ ସର୍ଭେ ସହିତ ମଡର୍ନ ରେକର୍ଡରୁମ,ତାଲିମ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ,ପ୍ରୋଜେକ୍ଟ ମେନେଜମେଣ୍ଟ୍,ଆଧାର ଲିଙ୍କ,କୋର୍ଟ କେସ ଗୁଡିକର କମ୍ପ୍ୟୁଟରୀକରଣ ଆଦି କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ବୌଦ୍ଧଜିଲାକୁ ଏହି ସମ୍ମାନ ମିଳିଥିବା ଜଣାଯାଇଛି ।
ଉପଜିଲାପାଳ ରବିନ୍ଦ୍ର ନାଥ କହଁରଙ୍କ ନେତୃତ୍ୱରେ ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର,ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ତିନିଜଣିଆଁ ପ୍ରତିନିଧି ବୌଦ୍ଧ ଜିଲାକୁ ପ୍ରତିନିଧିତ୍ୱ କରି ଦିଲ୍ଲୀ ବିଜ୍ଞାନ ଭବନଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।
ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ଏହି ଭୂମି ସମ୍ମାନ ଟ୍ରଫି ଓ ମାନପତ୍ରକୁ ଜିଲାପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର ଏହି ଟ୍ରଫି ଓ ମାନପତ୍ରକୁ ଗ୍ରହଣ କରିଥିଲେ ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ,ରାଜସ୍ୱ କର୍ମଚାରୀ,ସେକ୍ସନ ଅଫିସରଙ୍କ ସମେତ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଭିଜିଲାନ୍ସ ଜାଲରେ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ
ବୌଦ୍ଧ,୨୨/୭: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ଆଜି ଜନୈକ ବାଲିଘାଟ ମାଲିକଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ମତେ,ହରଭଙ୍ଗା ତହସିଲ ଅନ୍ତର୍ଗତ ସୁରୁଣ୍ଡି ମହାନଦୀ ବାଲିଘାଟ ମାଲିକ ଶରତ ବେହେରା ତାଙ୍କ ବ୍ୟବସାୟ ଚଳାଇବା ଓ ଏ ବାବଦରେ ହଇରାଣ ହରକତ ନ କରିବା ପାଇଁ ଥାନା ଅଧିକାରୀ ଏକ ଲକ୍ଷ ଟଙ୍କା ଦାବିକରିଥିଲେ ।
ଏନେଇ ବାଲିଘାଟ ମାଲିକ ଶରତ ବ୍ରହ୍ମପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଥାନା ଅଧିକାରୀ ଶରତଙ୍କ ଠାରୁ ଏକ ଲକ୍ଷ ଟଙ୍କା ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ ତାଙ୍କୁ ଧରିଥିଲା । ଭିଜିଲାନ୍ସ ଟିମ ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଅଧିକ ପଚରା ଉଚରା ଚଳାଇଛି ଏନେଇ ବ୍ରହ୍ମପୁର ଭିଜିଲନ୍ସ ଥାନାରେ ୧୧/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
ବୌଦ୍ଧ ଜିଲ୍ଲାକୁ ଭୁମିସମ୍ମାନ ମିଳିବା ପରେ ପ୍ରଶାସନର ଟ୍ରଫି ହସ୍ତାନ୍ତରଣ ଉତ୍ସବ
ବୌଦ୍ଧ,୨୨/୭: ବୌଦ୍ଧଜିଲ୍ଲାକୁ ସମ୍ମାନଜନକ ଭୂମି ସମ୍ମାନ ମିଳିବା ପର ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ଏହି ଭୂମି ସମ୍ମାନ ଟ୍ରଫି ଓ ମାନପତ୍ରକୁ ଜିଲ୍ଲାପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।
ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁରଙ୍କ ନେତୃତ୍ୱରେ ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର,ହରଭଙ୍ଗା ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ ତିନିଜଣିଆଁ ପ୍ରତିନିଧି ବୌଦ୍ଧ ଜିଲ୍ଲାକୁ ପ୍ରତିନିଧିତ୍ୱ କରି ଦିଲ୍ଲୀ ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର ଏହି ଟ୍ରଫି ଓ ମାନପତ୍ରକୁ ଗ୍ରହଣ କରି ଏହି ଟ୍ରଫି ହାସଲ ଦ୍ୱାରା ବୌଦ୍ଧଜିଲ୍ଲା ଗୌରବାନ୍ୱିତ ହେବାସହିତ ରାଜସ୍ୱ କର୍ମଚାରୀମାନଙ୍କୁ ସେବା ଯୋଗାଇବାରେ ପ୍ରୋତ୍ସାହିତ କରିବ ବୋଲି ପ୍ରକାଶ କରିଥିଲେ ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ,ରାଜସ୍ୱ କର୍ମଚାରୀ,ସେକ୍ସନ ଅଫିସରଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ମନ୍ତ୍ରୀ ପ୍ରଦିପ ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ବୌଦ୍ଧ,୨୨ା୭ : ଜଙ୍ଗଲ ଓ ପରିବେଶ, ପଂଚାୟତ ରାଜ,ପାନୀୟ ଜଳ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଆଜି ହରଭଙ୍ଗା ବ୍ଲକର ବିରନରସିଂହପୁର ଗ୍ରାମ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୩୫ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା କଲ୍ୟାଣ ମଣ୍ଡପ, ପାଂଚ ଲକ୍ଷ ଟଙ୍କା ବ୍ୟୟରେ ଶିବ ମନ୍ଦିର ଓ ମାଉସୀ ମା ମନ୍ଦିର ଠାରେ ଗୋଷ୍ଠୀ କେନ୍ଦ୍ର, ଏବଂ ମିଶନ ଶକ୍ତି କେନ୍ଦ୍ରର ମନ୍ତ୍ରୀ ଶ୍ରୀ ଅମାତ ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ଜନ କଲ୍ୟାଣ ଯୋଜନ ଦ୍ୱାରା ସଂପର୍କରେ ଆଲୋକପାତ କରିଥିଲେ । ଗ୍ରାମ କମିଟିର ସଭାପତି ବୁଦ୍ଧି ସାଗର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ଗ୍ରାମ କମିଟି ସଭାପତି ଜୟ କିଶୋର ମିଶ୍ର, ବରିଷ୍ଠ ସାମ୍ବଦିକ ନରେନ୍ଦ୍ର ସାହୁ, ମୃତ୍ୟୁଂଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପଂଚାନନ ମହାକୁଡ,ସଂଜୟ ସାହୁ,ଜଟେଶ୍ୱର ମହାଲିକ, ଚିତରଂଜନ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ ଘରୋଇ ବିଦ୍ୟାଳୟ ମହାସଂଘର ଡାକରାରେ ବୌଦ୍ଧ ଜିଲ୍ଲାର ବନ୍ଦ ଡାକରା
ବୌଦ୍ଧ,୨୨/୭- ସମଗ୍ର ରାଜ୍ୟ ରେ ଘରୋଇ ବିଦ୍ୟାଳୟ ମହାସଂଘ ପକ୍ଷରୁ ବିଦ୍ୟାଳୟ ବନ୍ଦ ଡାକରାରେ ବୌଦ୍ଧ ଜିଲ୍ଲାର ଅନେକ ଘରୋଇ ବିଦ୍ୟାଳୟ ଆଜି ବନ୍ଦ ରହିଥିଲା ।
ଘରୋଇ ବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ, ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ୟାଳୟର ମରଣା ନୀତି ବିରୁଦ୍ଧରେ ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ ତରଫରୁ ଭୁବନେଶ୍ୱର ଲୋୟାର ପିଏମଜି ଠାରେ ରାଜ୍ୟ ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିଛି ।
ଚାରି ଦଫା ସମ୍ବଳିତ ଏକ ଦାବିପତ୍ର ବୌଦ୍ଧ ଜିଲ୍ଲାର ଘରୋଇ ବିଦ୍ୟାଳୟ ସଂଘର କର୍ମକର୍ତ୍ତା ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କଙ୍କୁ ବୁଧବାର ଦାବିପତ୍ର ପ୍ରଦାନ କରିଥିଲେ କ୍ଷ ଦାବି ଗୁଡିକ ହେଲା ନିଜସ୍ୱ ଗୃହ ଥିଲେ ସ୍ଥାୟୀ ସିଓଆର୍ ପ୍ରଦାନ ଏବଂ ଭଡ଼ା ଘରେ ଚଳୁଥିଲେ ୧୦ ବର୍ଷ ସିଓଆର୍ ପ୍ରଦାନ କ୍ଷ
ଆର୍ ଟି ଇ ୨୫ ପ୍ରତିଶତ ରେ ମାଗଣାରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ବକେୟା ରାଶି ପ୍ରଦାନ । ମାଗଣା ସରକାରୀ ପାଠ୍ୟ ପୁସ୍ତକ ବେସରକାରୀ ବିଦ୍ୟାଳୟରେ ପଡୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବା ଦାବିରେ ସ୍କୁଲ୍ ବନ୍ଦ କରାଯାଇଛି ।

Related Posts

Seo wordpress plugin by www.seowizard.org.