ଜାଡ଼ରେ ଥରୁଛି ସାରା ଓଡ଼ିଶା, ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ତାପମାତ୍ରା
ଭୁବନେଶ୍ୱର, ୧୨/୧୨ : ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଶୀତର ପରିମାଣ। ଯାହାଫଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୩ ଡିଗ୍ରୀ ଛୁଇଁଲା ପାରଦ। ବିଭିନ୍ନ ସ୍ଥାନରେ ତୁଷାରପାତ ସହ ଘନ କହୁଡି ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।
ତେବେ ଶୀତର ସବୁଠାରୁ ଅଧିକ ସେମିଳଗୁଡ଼ାରେ ଅନୁଭୂତ ହେଉଛି। ସେମିଳଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ। ଜି. ଉଦୟଗିରିରେ ସର୍ବନିମ୍ନ ରାତି ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି। ୧୬ଟି ସହରରେ ପାରଦ ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରେକର୍ଡ କରାଯାଇଛି।
ସେହିପରି, ଡିସେମ୍ବର ୧୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ତିନୋଟି ଜିଲ୍ଲାରେ ଶୀତଳ ଲହରୀ ଅନୁଭୂତ ହେବ। ସୁନ୍ଦରଗଡ଼, କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଧିକ।




