ଜାତୀୟ ମତଦାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୧ : ବୌଦ୍ଧରେ ଜାତୀୟ ମତଦାନ ଦିବସ,୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ମତଦାନ ଦିବସ ପାଳନ ପାଇଁ ସମସ୍ତ କାର୍ଯ୍ୟପନ୍ଥା ଚୁଡାନ୍ତ କରାଯାଇଥିଲା । ଜାନୁୟାରୀ ୨୫ ତାରିଖରେ ସମସ୍ତ ବୁଥସ୍ତରରେ ମଧ୍ୟ ଜାତୀୟ ମତଦାନ ଦିବସ ପାଳନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ଦିବସରେ ମତଦାନ ପାଇଁ ଶପଥ ପାଠ ସହିତ ନୂତନ ମତଦାତାଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯିବ । ଏହି ଉପଲକ୍ଷେ ଜିଲାସ୍ତରରେ କୁଇଜ,ବକ୍ତୃତା,ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଜୁନିୟର ଓ ସିନିୟର ଛାତ୍ରଛାତ୍ରୀଙ୍କସ୍ତରରେ ଅନୁଷ୍ଠିତ ହେବ ।
ମତଦାନ ଦିବସ ସକାଳେ ଏକ ୱାକଥନ ଜିଲା ସଂଗ୍ରହାଳୟଠାରୁ ବାହାରି ସହର ପରିକ୍ରମା କରିବ । ଏଥିରେ ସହରର ବୁଦ୍ଧିଜିବୀ, ବିଭିନ୍ନ ବିଭାଗୀୟ ଅଧିକାରୀ,କର୍ମଚାରୀ,ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ,ଏନସିସି,ସ୍କାଉଟ୍,ଗାଇଡ ଓ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହେବାକୁ ଜିଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି ।
ଟାଉନହଲଠାରେ ଜିଲାସ୍ତରୀୟ ଉତ୍ସବ ଆୟୋଜନ ସହିତ ନୂତନ ଭୋଟରମାନଙ୍କୁ ପରିଚୟପତ୍ର ବଣ୍ଟନ, ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା,,ଏନଏସି ନିର୍ବାହୀ ଅଧିକାରୀ ସ୍ୱସ୍ତିକ୍ ଜମାଦାର,ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ଜୟକୃଷ୍ଣ ମିଶ୍ର, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର,ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ,ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମହେର, ଅତିରିକ୍ତ ତ ହସିଲଦାର ମହମ୍ମଦ ରାଜେ ରସୁଲ,ଜ଼ିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର ଯାନୀ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।