Odisha News

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

କଟକ,୫/୪: ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍ଏଲ୍ୟୁ)ର ଜଣେ ଏଲ୍ଏଲ୍ବି ଦ୍ଵିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଜଣକ ବେକରେ ଫାଶୀ ଲଗାଇ ହଷ୍ଟେଲରେ ଝୁଲି ପଡ଼ିଛନ୍ତି। ପୁଲିସକୁ ଛାତ୍ରୀଙ୍କ ପରିଚୟ ମିଳି ନ ଥିବା ବେଳେ ସେ ରାଜ୍ୟ ବାହାରର ବୋଲି କୁହାଯାଉଛି।
ରାତି ପ୍ରାୟ ୮ଟା ୩୦ ବେଳେ ଛାତ୍ରୀଜଣକ ଫାଶୀ ଲଗାଇ ଝୁଲିଥିବା ଦେଖିବାକୁ ମିଳିଥିଲା। ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରିନାହିଁ।
ମର୍କତନଗର ଫେଜ୍-୨ ଥାନା ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି। ଫେଜ୍-୨ ଥାନା ଆଇଆଇସି ସନ୍ଧ୍ୟାରାଣୀ ସିଂହଙ୍କ କହିବା ଅନୁଯାୟୀ, ଛାତ୍ରୀଜଣକ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

Related Posts

Seo wordpress plugin by www.seowizard.org.