Odisha News

ଜାଣନ୍ତୁ ପୂର୍ବତନ ରାମନାଥ କୋବିନ୍ଦ ଏବେ କେଉଁ କେଁଉ ସୁବିଧା, ସୁଯୋଗ ମିଳିବ

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର,୨୬/୭: ଶେଷ ହୋଇଛି ରାମନାଥ କୋବିନ୍ଦଙ୍କ ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ । ସେ ଏବେ ପୁର୍ବତନ ରାଷ୍ଟ୍ରପତି ଭାବେ ଦିଲ୍ଲୀ ଲୁଟିୟନର ୧୨ଜନପଥରେ ଏକ ବିରାଟ ସୁସଜ୍ଜିତ ବଙ୍ଗଳାରେ ରହିବେ । ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅବସର କାଳୀନ ଭତା ୨. ୫ଲକ୍ଷ ଟଙ୍କା ମିଳିବ ।
ଭାରତବର୍ଷର ଗଣତନ୍ତ୍ର ପୃଥିବୀର ସର୍ବୋଚ୍ଚ ଗଣତନ୍ତ୍ର । ଯେଉଁଠି ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମାପ୍ତ ପରେ ବି ତାଙ୍କୁ ସସମ୍ମାନରେ ରଖାଯିବାର ପରମ୍ପରା ରହିଛି । ସେହି ପରିପ୍ରେକ୍ଷିରେ ଦେଶର ପୁର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବ୍ୟକ୍ତିଗତ ସଚିବ, ଅତିରିକ୍ତ ବ୍ୟକ୍ତିଗତ ସଚିବ, ଜଣେ ବ୍ୟକ୍ତିଗତ ସହାୟକ ଏବଂ ଅଫିସ୍ ଖର୍ଚ୍ଚ ବାର୍ଷିକ ୨୦ ହଜାର ଟଙ୍କା ମିଳିବ ।
ଜଣେ ରାଷ୍ଟ୍ରପତିଙ୍କୁ ମାସିକ ୫ ଲକ୍ଷ ଟଙ୍କା ଦରମା ମିଳେ । ଅତଏବ୍ ଏହାର ଅଧା ୨ଲକ୍ଷ ୫୦ ହଜାର ଟଙ୍କା କୋବିନ୍ଦଙ୍କୁ ମାସିକ ପେନସନ୍ ଆକାରରେ ମିଳିବ ।
୧୯୫୧ ଅଧିନିୟମ ଅନୁଯାୟୀ, ଜଣେ ଅବସର ପ୍ରାପ୍ତ ରାଷ୍ଟ୍ରପତିଙ୍କୁ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ଜୀବନ ସାରା ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ । ଭାରତର ଯେ କୌଣସି ଜାଗାକୁ ଯାତ୍ରା କଲେ ମାଗଣାରେ ବିମାନ ଯାତ୍ରା କରିପାରିବେ । ମାଗଣା ରେଳ ସେବା ମିଳିବ ।ମାଗଣାରେ ବିଳାସପୂର୍ଣ୍ଣ ପାଣି ଜାହାଜରେ ବୁଲିପାରିବେ । ତା’ସହ ଘର ଭଡା ମିଳିବ, ଦୁଇଟି ଟେଲି ଫୋନ୍ ମିଳିବ(ଗୋଟଏ ଇଣ୍ଡରନେଟ୍ ଓ ଅନ୍ୟଟି ବ୍ରଡବ୍ୟାଣ୍ଡ ସଂଯୋଗ ପାଇଁ ) ଜାତୀୟ ରୋମିଂ ସୁବିଧା ସହିତ ଗୋଟିଏ ଟେଲି ଫୋନ୍ ମିଳିବ ତା’ସହିକ ଏକ କାର୍ ମିଳିବ । ଦିଲ୍ଲୀ ପୋଲିସ୍ ତରଫରୁ ସୁରକ୍ଷା ମିଳିବ ପୁର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ।

Related Posts

Seo wordpress plugin by www.seowizard.org.