Odisha News

ଜଳ ବନ୍ଦିରେ ବେଙ୍ଗାଲୁରୁ ସହର, ଅସ୍ତବ୍ୟସ୍ତ ଲୋକଙ୍କ ଜୀବନ ଜାପନ

ବେଙ୍ଗାଲୁରୁ,୭/୯: ବର୍ଷାରେ ବେହାଲ ସିଲିକନ୍ ସିଟି । ଜୁଆଡେ ଦେଖିବ ପାଣି ଆଉ ପାଣି । ପ୍ରବଳ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ବେଙ୍ଗାଲୁରୁ ସହର । ଦିର୍ଘ ୫୦ବର୍ଷର ରେକଡ ଭାଙ୍ଗିଛି ଚଳିତ ଥରର ବର୍ଷା । ଏହାରି ଭିତରେ ଆହୁରୁ ୨ରୁ ୩ଦିନ ପ୍ରବଳ ବର୍ଷା ନେଇ ୱେଲୋ ୱାର୍ଣ୍ଣି ଜାରି କରିଛି ପାଣିପଗ ବିଭାଗ ।
ବିଶେଷ କରି ବେଙ୍ଗାଲୁରୁ ଓ ଏହାର ଉପକୂଳ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡଘଡି ହେବା ନେଇ ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ କହିଛନ୍ତି ଏଥର ସେପ୍ଟମ୍ବର ୧ରୁ ୫ ମଧ୍ୟରେ ୧୫୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ଫଳରେ ଲୋକେ ନାହିଁ ନଥିବା ହିନସ୍ତା ହେଉଛନ୍ତି । ପ୍ରବଳ ବର୍ଷା ଯୋଗୁଁ ନାଳ ଆଉ ରାସ୍ତା ଆଉ ସବୁ ଏକାକାର ହୋଇଯାଇଛି । କିଛି କିଛି ଆପାର୍ଟମେଣ୍ଡରେ ପାଣି ପସିଯାଇଛି ତ କାହା ଘରେ ପଣି ପଶି ଜିନିଷ ଭାଷୁଛି । ଜବରଦଖଲ ଯୋଗୁଁ ଅନେକ ସ୍ଥାନରେ ଡ୍ରେନେଜ୍ ସମସ୍ୟା ସୃଷ୍ଟି ହୋଇଛି । ସେଥିଲାଗି ସହରରେ ଜବରଦଖଲ ଉଚ୍ଛେଦ ଲାଗି ୩ଶହ କୋଟି ମଂଜୁର କରାଯାଇଛି। ଜଳପ୍ରଳୟରୁ ଲୋକଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ୍ ଓ ଏନଡିଆରଏଫ୍ କାମରେ ଲାଗିଛନ୍ତି। ଦାମୀ ଗାଡ଼ି ସବୁ ବେକାର ହୋଇ ପଡ଼ିଥିବାବେଳେ ପାଣି ଭର୍ତ୍ତି ସଡ଼କରେ ଯାଆସର ସାହା ସାଜିଛନ୍ତି ଟ୍ରାକ୍ଚର ଓ ବୁଲଡୋଜର। ଜଳତାଣ୍ଡବରେ ଏଯାବତ୍ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।
ସହରର କେତେକ ଅଞ୍ଚଳରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଠପ୍ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ପାଓ୍ୱାର କଟ୍ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇ ପାରୁନଥିବାରୁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି । ୨ ହଜାର ଘର ଜଳପ୍ଲାବିତ ହେବାରୁ ୧୦ ହଜାରରୁ ଅଧିକ ଲୋକ ବେଘର ହୋଇ ପଡ଼ିଛନ୍ତି । ଲୋକଙ୍କ ପାଖରେ ପାଣି ଟ୍ୟାଙ୍କର ଶୀଘ୍ର ଉପଲବ୍ଧଧ କରାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Related Posts

Seo wordpress plugin by www.seowizard.org.