Odisha News

ଜମି ବିବାଦକୁ ନେଇ ବିଚ୍ ରାସ୍ତାରେ ମହିଳା ଓକିଲଙ୍କୁ ଆକ୍ରମଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ

ତାମିଲନାଡୁ,୧୬/୫: କର୍ଣ୍ଣାଟକ ବାଗଲକୋଟରେ ସୀମା ଟପିଗଲା ବର୍ବରତା । ଜଣେ ମହିଳା ଆଇନଜୀବୀଙ୍କୁ ନିସ୍ତୁକ ମାଡ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।
ମାରପିଟ୍ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜମିଜମା ବିବାଦକୁ କେନ୍ଦ୍ରକରି ମହନ୍ତେଶ ନାମକ ଜଣେ ବ୍ୟକ୍ତି ଦିନ ଦ୍ୱିପ୍ରହରରେ ମହିଳା ଆଇନଜୀବୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସବୁଠି ଚର୍ଚ୍ଚା ଜୋର ହେଉଛି । ଏହି ଭିଡିଓ ଆଧାରରେ ବାଗଲକୋଟ ପୋଲିସ ମହନ୍ତେଶକୁ ଗିରଫ କରିଛି । ସୂଚନା ଥାଉକି, ମହନ୍ତେଶ ଏବଂ ଆଇନଜୀବୀ ଜଣଙ୍କ ଉଭୟ ପଡୋଶୀ । ଭିଡିଓରେ ଦେଖାଯାଇଥିବା ଦୃଶ୍ୟରେ ମହନ୍ତେଶ ରାଗିଯାଇ ଜୋର ଜବରଦସ୍ତି ମହିଳାଙ୍କ ଉପରେ ଆକ୍ରମଣ କରୁଛନ୍ତି ।
ଥରେ ନୁହେଁ କି ଦୁଇଥର କେତେଥର ଚାପୁଡା ମାରୁଛନ୍ତି । ଏମିତିକି ପେଟକୁ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ଫଳରେ ମହିଳା ଆଇନଜୀବୀ ଜଣଙ୍କ କଷ୍ଟରେ ଚିତ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

Related Posts

Seo wordpress plugin by www.seowizard.org.