Odisha News

ଜବରଦଖଲ ଉଚ୍ଛେଦ: ସମ୍ବଲପୁର ମୋତିଝରଣ ଛକରେ ୧୬୩ ଧାରା ଜାରି

ସମ୍ବଲପୁର, ୨/୧: ସମ୍ବଲପୁର ସହର ମୋତିଝରଣ ଛକରେ ସରକାରୀ ଜମି ଉପରେ ଥିବା ଜବର ଦଖଲକାରୀକୁ ଉଚ୍ଛେଦ କରାଯାଉଛି । ରାସ୍ତା ସମ୍ପ୍ରସାରଣ ପାଇଁ ଜବର ଦଖଲକୁ ଉଚ୍ଛେଦ କରାଯାଉଛି ।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନ୍ୟାୟ ସଂହିତା ୧୬୩ ଧାରା ଜାରି କରାଯାଇଛି । ମୋତିଝରଣ ଛକଠାରୁ ୨୦୦ ମିଟର ଅଞ୍ଚଳ ପର୍ଯ୍ୟନ୍ତ ଧାରା ଲାଗୁ କରାଯାଇଛି । ଉକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଗୁରୁବାର ସକାଳ ୬ ଟାରୁ ଭୂତାପଡ଼ା ଛକରୁ ଧନକଉଡା ପଦ୍ଦ୍ନ୍ଳନ୍ତ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ଦୋକାନୀମାନଙ୍କୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ମାତ୍ର ଜବରଦଖଲ ନ ହଟିବାରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟ ପକ୍ଷରେ କିଛି ଦୋକାନୀ ନିଜେ ନିଜେ ଦୋକାନରୁ ସାମଗ୍ରୀ ବାହାର କରୁଛନ୍ତି । ସେଥିପାଇଁ ସେମାନଙ୍କୁ ମଧ୍ୟ ସମୟ ଦିଆଯାଉଛି ।
ଜବରଦଖଲ ଉଚ୍ଛେଦ କାଦ୍ଦ୍ନ୍ଳକୁ ନିଜେ ସମ୍ବଲପୁର ଏସପି ମୁକେଶ ଭାମୁ ଉପସ୍ଥିତ ରହି ତଦାରଖ କରୁଛନ୍ତି । ଏହା ସହିତ ୨ ଅତିରିକ୍ତ ଏସ୍‌ପି, ୨ ଏସ୍‌ପିଡିଓ, ୫ ଥାନା ଅଧିକାରୀ, ୨୦ରୁ ଅଧିକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଲୋକମାନେ ପ୍ରଶାସନକୁ ସହଯୋଗ କରୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଏସପି । ସେହିପରି ସ୍ଥିତି ଉପରେ ନଜର ରଖିବାକୁ ଡ୍ରୋନ୍ କ୍ୟାମେରା ମଧ୍ୟ ବ୍ୟବହାର କରାଯାଉଛି ।

Related Posts

Seo wordpress plugin by www.seowizard.org.