National News

ଛାଡ଼ ଖାଇ ପାଳନ ବେଳେ ମାଡି ବସିଲା ବନବିଭାଗ, ବାରହା ମାଂସ, ଫାସ ଜବତ, ଜଣେ ଅଭିଯୁକ୍ତ ଗିରଫ

ବିଶ୍ୱଭୁଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ, ୧୧/୧୦: ଛାଡ଼ ଖାଇ ପାଳନ ବେଳେ ମାଡ଼ିବସିଲା ମହୀପୁର ବନ ବିଭାଗ ର ଏକ ଟିମ ଦୁଇ କେଜି ମାଂସ ସହ ୫୦୦ଗ୍ରାମ ଫାସ ଜବତ କରିଥିବା ଜଣାପଡିଛି! ଏଥି ସହ ଏହି ଘଟଣା ରେ ଜଣେ ଯୁବକ କୁ ଗିରଫ କରିବା ସହ ତାକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ! ମିଳିଥିବା ସୂଚନା ଅନୁସାରେ ଗତ କାଲି ଛାଡ଼ ଖାଇ ପଡୁଥିବାରୁ ଶିକାରୀ ମାନେ ବନ୍ୟା ଜନ୍ତୁ ଶିକାର କରି ମୋଟା ଅଙ୍କର ଟଙ୍କା ରୋଜଗାର କରିବା ଲକ୍ଷ୍ୟ ରେ ସମସ୍ତ ନୀତି ନିୟମ କୁ ଭୁଲି ଯାଉଥିବା ବେଳେ ବନବିଭାଗ ର ସଚେତନତା କୁ ଖାତିର କରୁନାହାନ୍ତି! ତେବେ କୌଣସି ସୂତ୍ରରୁ ଖବର ପାଇଁ ମହୀପୁର ବନବିଭାଗ ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ସମ୍ପଡା ଗ୍ରାମ ର ଦଣ୍ଡୁ ପରିଡା ଙ୍କ ଘରେ ଚଢ଼ଉ କରିଥିଲା !ସେଠାରୁ ଦୁଇ କେଜି ବରାହ ମାଂସ ସହ ୫୦୦ଗ୍ରାମ ଫାସ ଜବତ କରିଥିଲା ! ଏହି ଘଟଣା ରେ ବଡ ପୁଅ ସତ୍ୟବାନ ପରିଡା ଙ୍କ ର ସମ୍ପୃକ୍ତି ଥିବା ଜାଣିବା ପରେ ସେ ଘରେ ନଥିବା କାରଣ ରୁ ତାଙ୍କୁ ଧରିବା କୁ ବନ ବିଭାଗ ଏକ ଟିମ ଲାଗିପଡ଼ି ଥିଲା ! ପରେ ସମ୍ପଡା ନିକଟସ୍ଥ ଗୋହିରିବଦୁ ରାସ୍ତା ରୁ ସତ୍ୟବାନ ଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ! ଏଥି ସହିତ ଗତକାଲି କୋର୍ଟ ଚାଲାଣ କରାଯିବ ନେଇ ମହୀପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ ସୂଚନା ଦେଇଛନ୍ତି ! ଏହି ଘଟଣା ରେ ବନବିଭାଗ ଆଉ ଜଣକୁ ଅଟକ ରଖିଥିବା ବେଳେ ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ଜାଣିବା ପରେ ଛାଡି ଦିଆଯାଇଛି ! ବର୍ତମାନ ଦୁଇ କେଜି ମାଂସ ଜବତ ବେଳେ ବାକି ମାଂସ ର କୌଣସି ପତା ମିଳିପାରିନାହିଁ !ଏହି ଚଢ଼ାଉ ସମୟ ରେ ମହୀପୁର ବନାଞ୍ଚଳ ଅଧିକାରି ଅମ୍ରିତ କୁମାର ସାହୁ ବନପାଳ ସୂର‌୍ୟ୍ୟକାନ୍ତ ମହାରଣା, ଶ୍ରୀନିବାସ ମହାପାତ୍ର, ବନରକ୍ଷୀ ଶ୍ରଦ୍ଧାଞ୍ଜଳି ସାହୁ ସମେତ ଅନ୍ୟାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ !

Related Posts

Seo wordpress plugin by www.seowizard.org.