Odisha News

ଚୌଦାର ଜେଲ ରହିବ ଗୋପାଳ , ୩ନମ୍ବର ସେଲ ହେବ ଠିକଣା

କଟକ, ୧୪/୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଆଜି ସନ୍ଧ୍ୟାରେ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ଅଣାଯାଇଛି। ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍ଆଇ ଭାବେ ମୁତୟନ ଥିବା ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲ୍ର ୩ନମ୍ବର ସେଲ୍ରେ ରଖାଯିବ। ଏଥି ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଚୌଦ୍ୱାର ଜେଲ୍ରେ ସ୍ୱତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ରଖାଯିବା ନେଇ ସୂଚନା ମିଳିଛି।
ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍ଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଛି।

Related Posts

Seo wordpress plugin by www.seowizard.org.