Odisha News

ଚୁଡା,ମୁଢ଼ି ପାଇଁ ବିଧାନସଭାରେ ତାତି

ଭୁବନେଶ୍ବର ୧୮।୭: ବିଧାନସଭାରେ ଚୁଡା,ମୁଢ଼ି ତାତି । ଗରିବଙ୍କ ଖାଦ୍ୟ ଉପରେ ଜିଏସ୍‌ଟି ମାଡ । ଚୁଡା,ମୁଢ଼ି ଉପରେ ଜିଏସ୍‌ଟି ଲାଗୁ କରିବା ପରେ କଂଗ୍ରେସ ଏହାର ବିରୋଧ କରିଛି । ସୋମବାର ଦିନ ବିଧାନସଭାର ଶୂନ୍ୟ କାଳରେ କଂଗ୍ରେସ ସଦସ୍ୟମାନେ ଚୁଡା,ମୁଢ଼ି ଉପରୁ ଜିଏସ୍‌ଟି ହଟାଇବା ପାଇଁ ଦାବି କରିଛନ୍ତି । କହିଛନ୍ତି ରାଜ୍ୟର ସମସ୍ତ ଜନସାଧାରଣ ସକାଳ ହେଉ ଅବା ସନ୍ଧ୍ୟାରେ ଏହି ଖାଦ୍ୟ ଉପରେ ନିର୍ଭର କରିଥାନ୍ତି ।
ସେହିଭଳି ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ଚୁଡ଼ା, ମୁଢ଼ି, ଉଖୁଡା ଓ ଦହି ଭଳି ସାମଗ୍ରୀରେ ଜିଏସଟି ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି କହିଛନ୍ତି । ତେଣୁ ଏହିସବୁ ଖାଦ୍ୟ ପଦାର୍ଥରୁ ଜିଏସଟି ହଟାଇବାକୁ ଦାବି କରିବା ସହ ଗୃହରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ।
ଏହାଦ୍ବାରା ଗରିବ ହଇରାଣ ହେବେ । ଆମ ଅର୍ଥମନ୍ତ୍ରୀ ଏହା ଉପରେ ମନ୍ତବ୍ୟ ରଖନ୍ତୁ । ଏଥିରେ ରାଜ୍ୟର ସହମତି ନେଇଛି କି ଏଝଞ ପରିଷଦ । ସେନେଇ ମନ୍ତ୍ରୀ ଗୃହକୁ କୁହନ୍ତୁ । ଗରୀବଙ୍କ ସ୍ବାର୍ଥ କେମିତି ରକ୍ଷା ହେବ ବୋଲି ଅମର ଶତପଥୀ କହିଛନ୍ତି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ଏହା ଗରିବଙ୍କ ପେଟରେ ଲାତ । ଏହା ଉପରେ କମିଟି ହେଉ । ଜିଏସଟି କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ କମିଟି ଭେଟୁ ।
ଚୁଡ଼ା, ମୁଢି, ଖଇ, ଦହି, କ୍ଷୀର, ବଟର ଉପରେ ଜିଏସଟି ଲାଗୁ ନେଇ ଉଦବେଗ ପ୍ରକାଶ କଲେ ସନ୍ତୋଷ ସିଂ ସାଲୁଜା । ଏହାଦ୍ବାରା ଗରିବ ଲୋକେ କ୍ଷୀର, ଦହି ଖାଇ ପାରିବେନି । ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି ।

Related Posts