Odisha News

ଚିଟ୍‌ଫଣ୍ଡ୍ ମାମଲା: ପ୍ରଭାତ ବିଶ୍ୱାଳଙ୍କୁ ଝଟକା, ଆବେଦନ ରଦ୍ଦ କଲେ ହାଇକୋର୍ଟ

କଟକ,୧୧/୪: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଚିଟ୍ଫଣ୍ଡ ସଂସ୍ଥା ସି-ସୋର ସହ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି।
ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ କରି ବର୍ଷକରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟ ନିର୍ଦ୍ଦେଶ ନେଇ ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି।
ତେବେ ଏ ନେଇ ଚାର୍ଜସିଟରୁ ନାଁ ବାଦ ଦେବା ଓ ଏତଲା ରଦ୍ଦ ପାଇଁ ପ୍ରଭାତ ହାଇକୋର୍ଟ ଯାଇଥିଲେ। ହେଲେ ସେ ନିରାଶ ହୋଇଛନ୍ତି। ତେବେ ବର୍ଷକ ଭିତରେ ଏହି ମାମଲା ବିଚାର ସରିବ ବୋଲି ଅନ୍ୟପକ୍ଷରେ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ, ଚିଟ୍ଫଣ୍ଡ ସଂସ୍ଥା ସି-ସୋର ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା । ସି-ସୋର ସହ ଆର୍ଥିକ କାରବାରରେ ସମ୍ପୃକ୍ତି ରହିଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ।

Related Posts

Seo wordpress plugin by www.seowizard.org.