Odisha News

ଚକିତ କଲା ଜନତା ଜନାଦେଶ; ହାରିଲେ ଟାଣୁଆ ମନ୍ତ୍ରୀ

ଭଞ୍ଜନଗର/ ଭୁବନେଶ୍ୱର, ୪/୬: ଓଡ଼ିଶାରେ ଏଥର ବିଜେଡି ଯାହା ଆଶା କରିଥିଲା ତାହା ଧୂଳିସାତ ହୋଇଯାଇଛି । ବିଜେଡିର ଟାଣୁଆ ନେତା ତଥା ଭଞ୍ଜନଗରରୁ ବିଧାୟକ ଥିବା ବିକ୍ରମ ଆରୁଖ ପରାସ୍ତ ହୋଇଛନ୍ତି ।
କେବଳ ଏତିକି ନୁହେଁ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଭୁବନେଶ୍ୱର ଏକାମ୍ରରୁ ପରାସ୍ତ ହୋଇଛନ୍ତି । ବିଜେପିର ପ୍ରଦ୍ୟୁମ୍ନ ନାୟକ ବିଜେଡିର ବିକ୍ରମ ଆରୁଖଙ୍କୁ ପରାସ୍ତ କରିଛନ୍ତି ।
ସେହିପରି ଭୁବନେଶ୍ୱର ଏକାମ୍ର ଆସନରୁ ପ୍ରାର୍ଥୀ ହୋଇଥିବା ଅଶୋକ ପଣ୍ଡାଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ବାବୁ ସିଂ । ବାବୁ ୭୪୩୯୯ ଭୋଟ ପାଇଥିବାବେଳେ ଅଶୋକ ପଣ୍ଡା ୬୯୪୨୯ ଖଣ୍ଡ ଭୋଟ ପାଇଛନ୍ତି । ବାବୁ, ଅଶୋକଙ୍କୁ ୪୯୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

Related Posts

Seo wordpress plugin by www.seowizard.org.