Odisha News

ଘର ଘର ବୁଲି କରୁଥିଲେ ମୋବାଇଲ୍ ଲୁଟ୍, ଦୁଇ ଲୁଟେରାଙ୍କୁ କାବୁ କଲା ପୋଲିସ

ଭୁବନେଶ୍ୱର ୨୭/୪ : ପୋଲିସ କବ୍ଜାରେ ମୋବାଇଲ୍ ଲୁଟେରା । ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଭୁବନେଶ୍ୱରରୁ ଉଭୟଙ୍କୁ ଗିରଫ କରିଛି ପୋଲିସ ।
ଖବର ଅନୁଯାୟୀ, ରାଜଧାନୀର ବିଭିନ୍ନ ସ୍ଥାନରେ ଘର ଘର ବୁଲି ମୋବାଇଲ୍ ଫୋନ୍ ଲୁଟ୍ କରୁଥିଲେ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗତ କିଛି ଧରି ଏମାନଙ୍କୁ ଟ୍ରାକ କରୁଥିଲା ।
ଶେଷରେ ବୁଧବାର ଦିନ ପୋଲିସ ହାତରେ ଧରାପଡିଛନ୍ତି ଏହି ୨ ମୋବାଇଲ୍ ଲୁଟେରା । ସେମାନଙ୍କ ନିକଟରୁ ୨୨ଟି ମୋବାଇଲ୍, ଦାମୀ ଲାପ୍ଟପ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

Related Posts

Seo wordpress plugin by www.seowizard.org.