ଘର ଖଣ୍ଡେ ପାଇଁ ବାରମ୍ବାର ଗୁହାରୀ ପରେ ନିରାଶ ହୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଭିନ୍ନକ୍ଷମ ଦମ୍ପତି
କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୪/୭: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୋଟିଏ ନାରା କୈାଣସି ଜଣେ ବି ଲୋକେ ଯେପରି ବାସ ହରା କିମ୍ବା ଖାଦ୍ୟ ପାଇଁ ହଇରାଣ ନ ହୁଅନ୍ତି । ଏଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଦୀପତଳ ଅନ୍ଧାର ପରି ଏହାର ବ୍ୟତିକ୍ରମ ଦେଖାଦେଇଛି ନୟାଗଡ଼ ଜିଲ୍ଲା ସଦରମହକୁମା ଠାରୁ ୫ କିଲୋମିଟର ଦୁରରେ । ନୟାଗଡ଼ ଜିଲ୍ଲା ଇଟାମାଟି ପଞ୍ଚାୟତ ର ଭିନ୍ନକ୍ଷମ ଦମ୍ପତି ଛବି ଦାସ ଓ ମିନତି ସାହୁ । ରହିବା ପାଇଁ ଘର ଟିଏ ନାହିଁ । ଭଙ୍ଗା ଘରେ ବିପଦ ସଙ୍କୁଳ ଭାବରେ ରୁହନ୍ତି ଦୁଇଜଣ ଭିନ୍ନକ୍ଷମ । ଟିକେ ବର୍ଷା ହେଲେ ଘରେ ରହିବା ଅସମ୍ଭବ । କିନ୍ତୁ ଭଗବାନଙ୍କ ସାହାରାରେ ରୁହନ୍ତି । ଓ୍ବାର୍ଡ ମେମ୍ବର ଇଟାମାଟି ସରପଞ୍ଚ, ବିଡ଼ିଓ ଙ୍କୁ ଘର ଖଣ୍ଡେ ପାଇଁ ବାରମ୍ବାର ଅଭିଯୋଗ କରୁଥିଲେ କିଛି ଫଳପ୍ରଦ ହେଉନାହିଁ । ସ୍ବାମୀ ସ୍ତ୍ରୀ ଦୁଇଜଣ ବାରମ୍ବାର ଜିଲ୍ଲାପାଳଙ୍କୁ ଦେଖାକରିବାକୁ ଆସୁଥିବା ବେଳେ ଜିଲ୍ଲାପାଳ ଙ୍କ ଦେଖା ମିଳୁ ନଥିବାରୁ ନିରାଶ ହୋଇ ଫେରୁଛନ୍ତି । ଘର ଖଣ୍ଡେ ପାଇଁ ବିଡିଓ ଙ୍କ ଠାରୁ ସରପଞ୍ଚ ଓ ଓ୍ବାର୍ଡ ମେମ୍ବର ଙ୍କୁ ବାରମ୍ବାର ଗୁହାରୀ କରିବା ଏବଂ ଗୁହାରୀ କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ଆସିଲେ ମଧ୍ୟ ଜିଲ୍ଲାପାଳ ଙ୍କ ସହିତ ସାକ୍ଷାତ ନହୋଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଭିନ୍ନକ୍ଷମ ଦମ୍ପତି । କୋହଭରା କଣ୍ଠରେ କହିଛନ୍ତି ଭଙ୍ଗା ଘରେ ରହି ସବୁଦିନ ମରିବା ଅପେକ୍ଷା ଆତ୍ମହତ୍ୟା କରିଦେବା ଆମପାଇଁ ଏକମାତ୍ର ରାସ୍ତା । ସରକାର କୁହନ୍ତି ଲୋକଙ୍କ ପାଖକୁ ଯାଅ । ଲୋକଙ୍କ ପାଖକୁ ଯିବା ଦୁରର କଥା ଲୋକମାନେ ଅଭିଯୋଗ କଲେ ମଧ୍ୟ ସେମାନଙ୍କ କଥା ଶୁଣା ଯାଉ ନଥିବା ଅଭିଯୋଗ ହେଉଅଛି । ରାଜନୈତିକ ଆକ୍ରୋଶ ରଖି ଯୋଗ୍ୟ ହିତାଧିକାରୀ ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ସାଧାରଣ ରେ ଆଲୋଚନା ହେଉଅଛି।