Odisha News

ଘରୋଇ ଉପଭୋକ୍ତାଙ୍କୁ ଖୁସି ଖବର, କମିଲା ବିଜୁଳି ଦର

ଭୁବନେଶ୍ବର, ୧୩/୨: ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ଆସିଛି। ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ୍ ବିଲ୍ ଅଧିକ ଆସିବା
ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ (ଓଇଆରସି) ଆଜି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛନ୍ତି।
ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେବ ବୋଲି ଓଇଆରସି କହିଛନ୍ତି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟାଗରିରେ ଦର ଅପରିବର୍ତ୍ତିତ ରହିବ। ସେହିପରି ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ ପାଇବ। କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ ନେବେ, ସେମାନଙ୍କୁ ୧୦ ଟଙ୍କା ରିହାତି ମିଳିବ।
ସେହିପରି ଶୀତଳଭଣ୍ଡାର ପାଇଁ ୟୁନିଟ୍ ପିଛା ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି ଏବଂ ଧାର‌୍ୟ୍ୟ ସମୟରେ ବିଲ୍ ପୈଠ କଲେ ୧୦ ପଇସା ରିହାତି ମିଳିବ। ପ୍ରିପେଡ୍ ମିଟର ଉପଭୋକ୍ତାଙ୍କୁ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ ବୋଲି ସୂଚନା ଦିଆଯାଇଛି।

Related Posts

Seo wordpress plugin by www.seowizard.org.