Odisha News

ଘଣ୍ଟାପଡା ଫାଣ୍ଡି ଦୀର୍ଘ ୩୭ବର୍ଷ ପରେ ପୁଣି ଫେରି ପାଇଲା ନୂତନ ଥାନାର ମାନ୍ୟତା:ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

ବୌଦ୍ଧ,୨୭/୮ :ଦୀର୍ଘ ୩୭ ବର୍ଷ ପରେ ପୁଣି ଫେରି ପାଇଲା ଘଣ୍ଟାପଡା ଫାଣ୍ଡି ନୂତନ ଥାନାର ମାନ୍ୟତା । ଶନିବାର ସମଗ୍ର ରାଜ୍ୟରେ ୩୬ଟି ନୂତନ ଥାନା ପାଇଁ ବିଧିବଦ୍ଧ ଭାବେ ଘୋଷଣା କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।
ତନ୍ମଧ୍ୟରୁ ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଫାଣ୍ଡିକୁ ଥାନାର ମାନ୍ୟତା । ଏକଥା ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି ରାଜାରାଜୁଡା ତଥା ବ୍ରିଟିଶ ଶାସନ ସମୟରେ ୧୯୦୫ ମସିହାରେ ତତ୍କାଳୀନ ବୌଦ୍ଧଗଡ଼ର ରାଜା ଘଣ୍ଟାପଡା ଗ୍ରାମରେ ଏକ ଥାନା ପ୍ରତିଷ୍ଠା କରିଥିଲେ ।
ଯାହାକି ଭାରତ ସ୍ୱାଧୀନତା ପାଇବାପରେ ବି ରାଜ୍ୟ ସରକାର ଥାନାର ମାନ୍ୟତା ମିଳିଥିଲା । କିନ୍ତୁ ଏଠାର ରାଜନେତାଙ୍କ ଅପାରଗତା ଯୋଗୁଁ ୧୯୮୫ ମସିହାରେ ଓଡିଶା ସରକାର ଘଣ୍ଟାପଡା ଥାନାକୁ ଉଠାଇନେଇ କଣ୍ଟାମାଳ ଫାଣ୍ଡିକୁ ଥାନା ଓ ଘଣ୍ଟାପଡା ଥାନାକୁ ଫାଣ୍ଡିର ମାନ୍ୟତା ଦେଇଥିଲେ ।
ଦୀର୍ଘ ୩୭ ବର୍ଷ ଆପତ୍ତି ଅଭିଯୋଗ ଓ ବିଭିନ୍ନ ସଙ୍ଘ ତରଫରୁ ଦାବି ପରେ ଆଜି ଓଡିଶା ସରକାରଙ୍କ ଘୋଷଣା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଖୁସିରେ ଆତ୍ମହରା ହୋଇ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଖୁସି ମନାଇଥିଲେ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଓ କଣ୍ଟାମାଳ ବିଧାୟକ ଶ୍ରୀ ମହୀଧର ରଣାଙ୍କୁ କୃତଜ୍ଞତା ଜଣାଇଥିଲେ ।

Related Posts

Seo wordpress plugin by www.seowizard.org.