Odisha News

ଗୁଡି ଉଡାଇବା ବେଳେ ଅଘଟଣ, ଟ୍ରେନ୍ ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ

ଭୁନେବଶ୍ୱର,୧୦/୧୨: ପିଲାଟି ସାଙ୍ଗମାନଙ୍କ ଖୁସିରେ ଗୁଡ଼ି ଉଡ଼ାଉଥିଲା। ଜାଣି ନଥିଲା ତାର ମୃତ୍ୟୁ ତାକୁ ହାତ ଠାରି ଡାକୁଛି। ଗୁଡ଼ି ଉଡ଼ାଇଲା ବେଳେ କଟିଗଲା ସୂତା। ଟ୍ରେନ୍ ଲାଇନ୍ ଅପର ପାର୍ଶ୍ୱରେ ସୂତା ଆଣିବା ପାଇଁ ଗଲା ବେଳେ ମାଡ଼ିଗଲା ଲୌହଦାନବ।
ରାଜଧାନୀ ଭୁନେବଶ୍ୱରରେ ଏହି ଦୁର୍ଘଟଣା ଘଟିଛି। ପିଲାଟିର ନାଁ ସୂର୍ଯ୍ୟକାନ୍ତ ପାତ୍ର( ୧୪) ବର୍ଷ। ତାର ଘର ଶହିଦନଗର ଶାନ୍ତିପଲ୍ଲୀ ବସ୍ତିରେ।
ଗତକାଲି ଅପରାହ୍ନ ସମୟରେ ଟ୍ରେନ ଲାଇନ ପାର୍ଶ୍ଵରେ ସୂର୍ଯ୍ୟକାନ୍ତ ଗୁଡ଼ି ଉଡ଼ାଉଥିଲା। ଏହି ସମୟରେ ଗୁଡ଼ିର ସୂତା କଟିଯାଇଥିଲା। ଗୁଡ଼ିର ସୂତା ଟ୍ରେନ ଲାଇନ ଅପର ପାର୍ଶ୍ୱରେ ପଡ଼ି ଯାଇଥିଲା।
ସୂର୍ଯ୍ୟକାନ୍ତ ଟ୍ରେନ ଲାଇନ ପାର ହୋଇ ସୂତା ଆଣିବାକୁ ଗଲା ବେଳେ ପିଲାଟିର ଉପରେ ମାଡ଼ିଗଲା ଲୌହଦାନବ। ସେହିଠାରେ ହିଁ ନାବାଳକର ମୃତ୍ୟୁ ଘଟିଥିଲା। ଏଜଚ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

Related Posts

Seo wordpress plugin by www.seowizard.org.