Odisha News

ଗିନିଜ୍ ୱାର୍ଲ୍ଡ ରେକର୍ଡର ବଡ଼ ଘୋଷଣା; ସୋମବାର ସବୁଠାରୁ ଖରାପ ଦିନ

ଭୁବନେଶ୍ୱର, ୧୮/୧୦: ସାଧାରଣତଃ ସପ୍ତାହର ପ୍ରଥମ ଦିନ ଆରମ୍ଭ ହୁଏ ସୋମବାର ଠାରୁ । କିନ୍ତୁ ସୋମବାର ଦିନକୁ ସପ୍ତାହର ସବୁଠାରୁ ଖରାପ ଦିନ ଭାବେ ଘୋଷଣା କରିଛି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ । । ଏନେଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଆଉ ସେହି ଟ୍ୱିଟ୍କୁ ନେଇ ସୋସିଆଲ ମିଡିଆ ରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସ୍ଲୁଲ ହେଉ କି କାର୍ଯ୍ୟାଳୟ ରବିବାର ଦିନ ଛୁଟି କାଟିବା ପରେ ସୋମବାର ଦିନ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଅନିବାର୍ଯ୍ୟ । ସେହି ଦିନ ଛୁଟି ମାରିବାର କୌଣସି ସୁଯୋଗ ନଥାଏ ବୋଧ ହୁଏ ସେଇଥି ପାଇଁ ସୋମବାର କୁ ସପ୍ତାହର ସବୁଠାରୁ ଖରାପ ଦିନ ବୋଲି ଦର୍ଶାଇଛି ଗିନିଜ୍ ୱାର୍ଲ୍ଡ ରେକର୍ଡ ।

Related Posts

Seo wordpress plugin by www.seowizard.org.