Odisha News

ଗାଧୋଇବାକୁ ଯାଇ ପ୍ରାଣ ହରାଇଲେ ଦୁଇ ନାବାଳକ

ନୟାଗଡ଼,୩୦/୧୦ : ପୋଖରୀରେ ବୁଡ଼ି ୨ ଭାଇଙ୍କର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଭିମାନପୁର ଗାଁରେ।
ଉଭୟ ସମ୍ପର୍କରେ ଜଣେ ଦାଦା ପୁଅ ଓ ବ ଡ଼ବାପାଙ୍କ ପୁଅ ବୋଲି ଜଣାଯାଇଛି। ସେମାନେ ହେଲେ ପ୍ରତୀକ ପ୍ରଣୟନ କର ଓ ଲିଙ୍କୁନ କର। ଜଣଙ୍କ ବୟସ ୧୨ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୧୧ ବର୍ଷ ବୋଲି ଜଣାଯାଇଛି।
ଆଜି ସକାଳେ ପ୍ରଣୟନ ଓ ଲିଙ୍କୁନ ଟ୍ୟୁସନରୁ ଫେରି ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ନିଜର ଡ୍ରେସକୁ ପୋଖରୀ ହୁଡ଼ାରେ ରଖି ଦେଇ ଗାଧୋଉଥିଲେ। ଗାଧୋଇଲା ବେଳେ ଉଭୟ ବୁଡ଼ି ଯାଇଥିଲେ।
ପୁଅ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ।
ପୋଖରୀ ହୁଡ଼ାରେ ଉଭୟଙ୍କ ଡ୍ରେସ ଥିବା ଦେଖିଥିଲେ। ପୋଖରୀରେ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ମିଳିଥିଲା। ଦୁଇ ପିଲାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Related Posts

Seo wordpress plugin by www.seowizard.org.