Odisha News

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ,୨୧୯ ଜଣ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ବର,୧୧/୮: ଗୁରୁବାର ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି। ତେବେ ଏହା ୫ ଶହ ଉପରେ ରହିଛି। ଗତକାଲି ୬୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏମାନଙ୍କ ମଧ୍ୟରୁ ୩୧୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୨୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
ଗୁରୁବାର ରାଜ୍ୟର ୨୭ଟି ଜିଲ୍ଲାରୁ ୫୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୬୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ ଜଣ, ବାଲେଶ୍ବର ଜିଲ୍ଲାରୁ ୧୦ ଜଣ, ବରଗଡ଼ରୁ ୧୯, ଭଦ୍ରକରୁ ୧ ଜଣ, ବଲାଙ୍ଗୀରରୁ ୨୮ ଜଣ, ବୌଦ୍ଧରୁ ୩୪ ଜଣ, କଟକରୁ ୧୪ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୧, ଗଜପତିରୁ ୮ ଜଣ, ଜଗତସିଂହପୁରରୁ ୩, ଯାଜପୁରରୁ ୧୩ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେଉଁଝରରୁ ୭, ଖୋର୍ଦ୍ଧା ଜିଲ୍ଲାରୁ ୬୫, କୋରାପୁଟ ଜିଲ୍ଲାରୁ ୧୦ ଜଣ, ମୟୂରଭଞ୍ଜରୁ ୨୧ ଜଣ, ନବରଙ୍ଗପୁରରୁ ୮ ଜଣ, ନୟାଗଡ଼ ଜିଲ୍ଲାରୁ ୧୭ ଜଣ, ପୁରୀରୁ ୪ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ବଲପୁରରୁ ୪୪ ଜଣ, ସୋନପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୧୬୫ ଜଣ ଓ ଷ୍ଟେଟପୁଲରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର‌୍ୟ୍ୟନ୍ତ ରାଜ୍ୟରେ ୧୩, ୨୧, ୧୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୦୭, ୩୦୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୬୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Related Posts

Seo wordpress plugin by www.seowizard.org.