Odisha News

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ, ୧୮ ବର୍ଷରୁ କମ୍ ବର୍ଗର ୧୧୯ ଜଣ

ଭୁବନେଶ୍ୱର,୪/୧: ଦୁଇ ମାସ ପରେ ଦୁଇ ଦିନ ତଳେ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ୪୦୦ ପାର୍ ହୋଇଥିବା ବେଳେ ଏବେ ଏହା ୭୦୦ ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୯ ଜଣ ଅଛନ୍ତି। ସେହିପରି ୩୯୭ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ବାକି ୨୮୩ଟି ଲୋକାଲ୍ କେସ୍।
ଏହି ୬୮୦ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୩ ଜଣ ଥିବା ବେଳେ ଅନୁଗୋଳରୁ ଜଣେ, ବାଲେଶ୍ୱରରୁ ୩୪, ବରଗଡ଼ରୁ ୧୪, ବଲାଙ୍ଗିରରୁ ୪, କଟକରୁ ୫୯, ଦେବଗଡ଼ରୁ ୯, ଢେଙ୍କାନାଳରୁ ଜଣେ, ଗଜପତିରୁ ୪, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୭, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୨୫, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୮, କୋରାପୁଟରୁ ୯, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୪, ନୂଆପଡ଼ାରୁ ଜଣେ, ପୁରୀରୁ ୧୫, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪୨, ସୋନପୁରରୁ ୬ ଓ ସୁନ୍ଦରଗଡ଼ରୁ ୬୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୬୧ ଜଣ ଚିହ୍ନଟ ହୋଇଛନ୍ତି।
୬୮୦ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୫ ହଜାର ୨୫୫ ଜଣ ସୁସ୍ଥ ହୋଇସାରିଛନ୍ତି। ୨୮୮୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ରାଜ୍ୟରେ ଏଯାବତ୍ କରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟରେ ୩୯ ଜଣ ସଂକ୍ରମିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟାରେ ୩୭,୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Posts

Seo wordpress plugin by www.seowizard.org.